କେନ୍ଦ୍ରାପଡା ପୈାରସଂସ୍ଥା ଦ୍ୱାରା ସ୍ଥାପିତ କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ରରୁ ପ୍ରଥମ ମୋଖତ ଉତ୍ପାଦନ ଆରମ୍ଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ସହରର ହଜାରିବଗିଚା ଠାରେ ସ୍ଥାପନ କରାଯାଇଥିବା କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର(ମାଇକ୍ରୋ କମ୍ପୋଷ୍ଟ ସେଂଟର)ରୁ ରବିବାର ପୂର୍ବାହ୍ନରେ ପ୍ରଥମ ଥର ପାଇଁ “ମୋଖତ” ଉତ୍ପାଦନ ଆରମ୍ଭ ହୋଇଛି।ପୈାରସଂସ୍ଥା ଦ୍ୱାରା ସହରରେ ବାସକରୁଥିବା ଲୋକମାନଙ୍କ ଘରୁ ସଂଗୃହିତ ପଚା ପନିପରିବା,ବଳକା ଖାଦ୍ୟପଦାର୍ଥ, ଗଛରପତ୍ର, ଘରୁ ବାହାରୁଥିବା ବିଘଟନ ଯୋଗ୍ୟ ଆବର୍ଜ୍ଜନା ଗୁଡିକୁ ହଜାରିବଗିଚା ସ୍ଥିତ ସେହି କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର କୁଣ୍ଡରେ ପକାଯିବାର ୪୨ଦିନ ପରେ ତାହା ଜୈବ ଖତରେ ପରିଣତ ହୋଇଥାଏ।ସେହି ଖତକୁ ପନିପରିବା ଚାଷରେ ବ୍ୟବହାର କରିଲେ ଭଲ ‘ସଲ ଉତ୍ପାଦନ ହୋଇଥାଏ।ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଗୋଟିଏ ଗୋଟିଏ ପ୍ୟାକେଟ କରାଯାଇଥିବା କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ରରୁ ଉତ୍ପାଦିତ ହୋଇଥିବା ଜୈବଖତକୁ ସହରର ଲୋକମାନଙ୍କୁ ବିକ୍ରୀ କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପୈାରସଂସ୍ଥାର ପୈାରସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ସେଠୀ, ରବିନାରାୟଣ ନାୟକ, କନିଷ୍ଠ ଯନ୍ତ୍ରୀ ଅବନୀ କୁମାର ମହାନ୍ତି, ପ୍ରଶାନ୍ତ କୁମାର ଦାସ, କର୍ମଚାରୀ ମନୋରଞ୍ଜନ ଦାଶ(ଏମ.ଆଇ.ଏସ.), ଭୁବନମୋହନ କାନୁନଗୋ,ଅଚ୍ୟୁତ ପ୍ରସାଦ ଜେନା, ସଞ୍ଜୀବ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁମିତ ପଟ୍ଟନାୟକ, ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ସୁଚିସ୍ମିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ