କେନ୍ଦ୍ରାପଡା ପୈାରାଚଂଳର ବିକାଶ ପାଇଁ ନାଗରିକ ପରାମର୍ଶ ସଭା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) ୧୫୦ବର୍ଷର ପୁରାତନ କେନ୍ଦ୍ରାପଡା ପୈାରାଚଂଳର ବିକାଶ ନିମନ୍ତେ ଏକ ନାଗରିକ ପରାମର୍ଶ ସଭା ପୈାରସଂସ୍ଥା ଟାଉନ ହଲ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ପକ୍ଷରୁ ଶନିବାର ଅପରାହ୍ନରେ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୈାରାଚଂଳର ୨୧ଟି ୱାର୍ଡରୁ ବୟୋଜ୍ୟେଷ୍ଠ,ଯୁବକ ଓ ନାଗରିକମାନେ ଯୋଗଦେଇ ପୁରାତନ ପୈାରାଚଂଳ ଓ ସହରର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସେଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଆବଶ୍ୟକ ଉନ୍ନତି, ଦୁହୁରିଆ ଠାରୁ ଗଣାମାହାଲ ମଧ୍ୟରେ ଏକ ଛୋଟ ଡାକ୍ତରଖାନା ପ୍ରତିଷ୍ଠା, ଗୋବରୀ ନଦୀ ଶଯ୍ୟା ଖନନ, ସହରର ମୁଖ୍ୟ ରାସ୍ତା ଦୋହରୀ କରଣ, କେନ୍ଦ୍ରାପଡା ସରକାରୀ ହାଇସ୍କୁଲକୁ ଜିଲ୍ଲା ସ୍କୁଲ କରାଯିବା, ପୁରାତନ ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଓ ସୈାନ୍ଧର୍ଯ୍ୟ କରଣ, ଗୋବରୀ ନଦୀବନ୍ଧ ରାସ୍ତା ସଂପ୍ରସାରଣ, ସହରର ୮, ୧୦, ୧୧ ଓ ୧୨ ନମ୍ବର ୱାର୍ଡରୁ ଜଳ ନିଷ୍କାସନ, ତିନିମୁହାଣି ଠାରୁ ଇଛାପୁର ମୁଖ୍ୟ ରାସ୍ତା କଡରେ ଡ୍ରେନ ନିର୍ମାଣ, କେନ୍ଦ୍ରାପଡା ସହରରେ ‘ମୋ ବସ ସେବା’ ଆରମ୍ଭ କରାଯାଇ ଦୁହୁରିଆ ଠାରୁ ଇଛାପୁରକୁ ଟାଉନ ବସ ଚଳାଇବା, ରାସ୍ତା ଉପରୁ ବିଦ୍ୟୁତ ଖୁଂଟ ଉଠାଇବା, ସହରରେ ଘନ ଘନ ବିଦ୍ୟୁତ କାଟ ନହେବା, ସହରର ରାସ୍ତା ଗୁଡିକୁ ଜବରଦଖଲ ମୁକ୍ତ କରାଯିବା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି, ସ୍ମଶାନ ଗୁଡିକର ଉନ୍ନତି କରଣ, ପରିମଳ ବ୍ୟବସ୍ଥାର ଉନ୍ନତି, ଗୋପରେ ଏକ ଷ୍ଟାଡିୟମ ଓ ହର୍ବାଲ ପାର୍କ ପ୍ରତିଷ୍ଠା, ପୈାରାଚଂଳର ସୈାନ୍ଧର୍ଯ୍ୟ କରଣ, ଉନ୍ନତ ଧରଣର ୱାଟର ଟ୍ରିଟମେଂଟ ପ୍ଲାଂଟ ପ୍ରତିଷ୍ଠା ଓ ଡ୍ରେନେଜ ସିଷ୍ଟମ କରାଯିବା, ସାରଙ୍ଗ ବିଜୁ ପଟ୍ଟନାୟକ ଷ୍ଟାଡିୟମର ଉନ୍ନତି କରଣ, ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆଇ.ସି.ୟୁ.ପ୍ରତିଷ୍ଠା, ଗୋବରୀ ନଦୀ କୂଳରେ ସହରର ପ୍ରାୟ ୨୫ ପ୍ରତିଶତ ଗରୀବ ମୁସଲମାନ ସଂପ୍ରଦାୟଙ୍କୁ ଥଇଥାନ କରାଯିବା, ଶ୍ରୀ ବଳଦେବଜୀଉ ମନ୍ଦିର ନିକଟରୁ ଜବରଦଖଲ ହଟାଯିବା, ବିଦ୍ୟୁତ କାଟ ଯୋଗୁଁ ଜଳ ଯୋଗାଣରେ ବ୍ୟାହତ ହେଉଥିବାରୁ କଳପଡାରେ ଥିବା ଜଳଯୋଗାଣ ପ୍ରକଳ୍ପ ନିକଟରେ ଏକ ଜେନେରେଟର ଲଗାଯିବା, ସହରରେ ଗାଇଗୋରୁମାନଙ୍କ ଅବାଧ୍ୟ ଚରାବୁଲା ହେତୁ ଦୂର୍ଘଟଣା ଘଟୁଥିବାରୁ ଏକ କାଞ୍ଜିଆହଦା କରାଯିବା, ଅଳିଆ ଆବର୍ଜ୍ଜନାର ସଠିକ ପରିଚାଳନା କରାଯିବା, ଭ୍ରମରଦିଆପାଟଣାରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବା, ଏକ ଉପଦେଷ୍ଟା କମିଟି ଗଠନ କରାଯାଇ ସହରର ବିକାଶ କାର୍ଯ୍ୟକ୍ରମକୁ ଆଗେଇନେବା, ସୁଇମିଂପୁଲ ନିର୍ମାଣ, ସାରଙ୍ଗ ଷ୍ଟାଡିୟମରେ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ଚାଲିବା, ଦୁହୁରିଆ ନିକଟରେ ଟ୍ରମାକେଆର ୟୁନିଟ ପ୍ରତିଷ୍ଠା କରାଯିବା, ପାରାଦୀପ ବନ୍ଦରରୁ ପାରିପାଶ୍ୱର୍ିକ ଉନ୍ନୟନ ପାଣ୍ଠି ବାବଦକୁ ସହରର ବିକାଶ ପାଇଁ ଅନୁନ୍ୟ ୨ଶହ କୋଟି ଅଣାଯିବା, ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା କରାଯିବା, ଡାଇମଣ୍ଡ ଜୁବଲି ପାଠାଗାର ଓ ୟୁନିଅନ କ୍ଲବର ଉନ୍ନତିକରଣ, ମହିଳାଙ୍କ ପାଇଁ ସହରର ଛକମାନଙ୍କରେ ଟଏଲେଟ ବ୍ୟବସ୍ଥା କରାଯିବା, ଦୁହୁରିଆ ଠାରୁ ଇଛାପୁର ଶ୍ରୀ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ରେଳପଥ କଡେ କଡେ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ,ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥାର ପ୍ରଚଳନ, ସହରର ପେରୀଫେରିରେ ଏକ କମ୍ପାନୀ ପ୍ରତିଷ୍ଠା କରାଯିବା,କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯିବା ଓ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ପ୍ରଭୃତି ପ୍ରସ୍ତାବ ଗୁଡିକ ଆସିଥିଲା । ଏହାର ଉତ୍ତରରେ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ଆଜିର ବୈଠକରେ ସବୁ ଦଳ,ସଂପ୍ରଦାୟ ଓ ବର୍ଗର ଲୋକମାନେ ଯୋଗଦେଇ ପ୍ରମାଣିତ କରିଛନ୍ତି ଯେ ସେମାନେ କେନ୍ଦ୍ରାପଡା ଓ ତା’ର ବିକାଶକୁ ଭଲ ପାଆନ୍ତି । ଏହିସବୁ ପ୍ରସ୍ତାବକୁ ବିଧାୟକ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରି କରିବାକୁ ସେ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ କେନ୍ଦ୍ରାପଡାର ସାମଗ୍ରିକ ବିକାଶ ନିମନ୍ତେ ବିଧାୟକ ଶ୍ରୀ ବେହେରା ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଡା.ବିଶ୍ୱ ପ୍ରକାଶ କାନୁନଗୋ, ଡଃ.ବାସୁଦେବ ଦାସ, ଗଣେଶ୍ୱର ମେକାପ, ଶଙ୍କର୍ଷଣ ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା, ପ୍ରାକ୍ତନ ପୈାରାଧ୍ୟକ୍ଷ ମହମ୍ମଦ ଆକବର ଅଲ୍ଲୀ, ବିଜୟକୃଷ୍ଣ ସାହୁ, ପ୍ରବୀର ମହାନ୍ତି, ରୋସ୍ôନା ସାହୁ, ଦେବଦାସ ମହାନ୍ତି, ନିରଞ୍ଜନ ମେକାପ, ମୁକ୍ତାର ଖାଁ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ଦୁର୍ଗା ପତି, ସୁବାଶିଷ ସେନାପତି, ସବିତା ସାହୁ ପ୍ରମୁଖ ଶତାଧିକ ନାଗରିକ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।