କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ମେଡିକାଲ ରୋଡ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପୂର୍ବତନ ପୈାର କାଉନସିଲର ଗୋପାଳ ମହାପାତ୍ରଙ୍କ ନେତୃତ୍ୱରେ ପ୍ରାକ୍ତନ ପୈାରପାଳ ଧିରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିବସରେ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତୀ ବିଜୁ ପଟ୍ଟନାୟକ ଓ ପୂର୍ବତନ ବିଧାୟକ ଡା. ସରୋଜକାନ୍ତ କାନୁନଗୋଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଆଲୋକ ସାହୁ, ଦଶରଥ ମଲ୍ଲିକ ପ୍ରମୁଖ ଉଦବୋଧନ ଦେଇ ଦେଶପ୍ରେମରେ ଉଦବୁଧ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ପ୍ରଦୀପ୍ତ ମହାନ୍ତି, ଦେବାଶିଷ କୁବେର, ହିରଣ୍ୟ କୁମାର ପଣ୍ଡା, ସ୍ନେହପ୍ରଭା ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସବିତା ସାହୁ, ମହେନ୍ଦ୍ର କୁମାର ମିଶ୍ର, ମଙ୍ଗଲବରଣ ସିଂ, ରେବତିରମଣ ଦାସ, ସଞ୍ଜୟ ଜେନା, ଦୁଷ୍ମନ୍ତ ମଲ୍ଲିକ, ଧିରେନ୍ଦ୍ର କୁମାର ଦାସ, ମାନସ କୁମାର ସାହୁ, ନାରାୟଣ ସାହୁ, ଉମେଶ ନାୟକ, ପ୍ରସନ୍ନ ରାଉତ, ରଞ୍ଜନ ସାହୁ, ଗିରିଜା ସିଂ, ଶକ୍ତିକାନ୍ତ ପାତ୍ର, ଦୀନବନ୍ଧୁ ସାହୁ, ସୟଦ ଅକମଲ, ସେକ ନସ୍ରୁ, ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସେକ ମହମ୍ମଦ ଇନାୟତ(ଚନ୍ଦନ), ଅକ୍ଷୟ ମେକାପ, ସୁମନ୍ତ ପରିଡା, ସୁଧିର କୁମାର ଜେନା, ମହମ୍ମଦ ନିୟାଜ, ବିଜୟ କୁମାର ମଣ୍ଡଳ, ସାହେବ ସାହିଲ ରାଉତ, ଦେବେନ୍ଦ୍ର ରାଉତ, ଆଶିଷ ନନ୍ଦ, ରକିବୁର ରହେମାନ, ଲେଲିନ ସ୍ୱାଇଁ, ବଳଭଦ୍ର ପଣ୍ଡା, ସେକ ଗୋଫ୍ରାନ, ସେକ ଜାନି, ସୁରେନ୍ଦ୍ର ବେହେରା, ବିଶ୍ୱପ୍ରତାପ ସିଂ, ଗିରିଶ ମହାପାତ୍ର, ମନୋଜ କୁମାର ସିଂ, ସଞ୍ଜିବ କୁମାର ସିଂ,ଦିନେଶରାଜ ସିଂ, ମନୋଜ ଦାସ, ମାନସରଞ୍ଜନ ଦାସ, ରଞ୍ଜନ କର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ