କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ଦଳୀୟ ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇଥିଲେ । ବିଧାୟକ ଶ୍ରୀ ବେହେରା ରାଜ୍ୟର ବିକାଶ ସହିତ କେନ୍ଦ୍ରାପଡାର ବିକାଶ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ଏଥିସହିତ ବିଜେଡି ସରକାରର ସମସ୍ତ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର ସୁଫଳ ଅବଗତ କରାଇବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିକାଶ ନିମନ୍ତେ କରାଯାଇଥିବା ଯୋଜନା ଗୁଡିକୁ ସମ୍ପୂର୍ଣ୍ଣ କରାଯାଇ ବିକାଶକୁ ତ୍ୱରାନ୍ୱିତ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ମହିଳା ଶସକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶତାଦ୍ଦି ପୁରୁଷ ହୋଇ ରହିବେ । ଏହି ଯୋଜନାକୁ କିପରି ସଫଳତାର ସହ ବିନିଯୋଗ କରାଯାଇ ପାରିବ ସେଥିପାଇଁ ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଆଗାମୀ ନିର୍ବାଚନରେ ସଫଳତା ଆଣିବା ନିମନ୍ତେ ପ୍ରତି ବୁଥକୁ ଜଗିବାକୁ ଦଳୀୟ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା, ଉପସଭାପତି ଦେବଦାସ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଜିଲ୍ଲା ମହିଳା ବିଜେଡି ସଭାପତି ରୋସ୍ôନା ସାହୁ ପ୍ରମୁଖ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ମହିଳା ବିଜେଡି ସଭାପତି ସୁମିତ୍ରା ପାଢୀ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ନଗର ସଭାପତି ଯଯାତିକେଶରୀ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ,ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ । ଶେଷରେ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବର୍ଦ୍ଦିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ସମ୍ପାଦକ ବିଜୟ ପତି, ନଗର କାର୍ଯ୍ୟକାରୀ ସଭାପତି ମଙ୍ଗଳବରଣ ସିଂ,ଭୀମସେନ ଭୂୟାଁ, ଶରତ ବେହୁରା, ଭଜକୃଷ୍ଣ ରାଉତ, ସରିତା ସାହୁ, ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ, ହିରଣ୍ୟ ପଣ୍ଡା, ସେକ ମତୁ, ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ସଞ୍ଜୟ ଜେନା, ନରହରି ପାଣି, ଜିଲ୍ଲା ବିଜେଡି ମହିଳା ଉପ ସଭାପତି ସୀତାସୁନ୍ଦରୀ ମଲ୍ଲିକ, ଶକ୍ତିକାନ୍ତ ପାତ୍ର, ଶିବ ପ୍ରସାଦ ଭଳ,ପ୍ରକାଶ ପରିଡା, ସୟଦ ଅକମଲ ଅଲ୍ଲୀ, ଯୁବନେତା ନରୋତ୍ତମ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟ, ପୈାରସଭ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ହଜାରରୁ ଅଧିକ କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ