କେନ୍ଦ୍ରାପଡା ବିଧାୟକଙ୍କ ଗାଡିକୁ ୩ଟି ସ୍ଥାନରେ ଅଣ୍ଡାମାଡ ପ୍ରବଳ ଜନ ଅସନ୍ତୋଷର ପ୍ରତିଫଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଗାଡି ଉପରକୁ ପ୍ରଥମେ ବଗଡାରେ ଅଣ୍ଡାମାଡ ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ପୂର୍ବରୁ ଉଦଘାଟିତ ହୋଇଥିବା ଏକ ମାର୍କେଟ କମ୍ପେ୍ଲକ୍ସକୁ ଉଦଘାଟନ କରିବାକୁ ଯାଇଥିବା ସମୟରେ ଆଜି ସକାଳେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରାଙ୍କୁ । ବଗଡା ପଞ୍ଚାୟତରେ କଂଗ୍ରେସ ଦଳ ସମର୍ôଥତ ସରପଞ୍ଚ ଙ୍କ କଥାରେ ସେହି ମାର୍କେଟ କମ୍ପେ୍ଲକ୍ସକୁ ଦଳୀୟ କର୍ମୀଙ୍କ ବିରୋଧ ସତ୍ୱେ ଉଦଘାଟନ କରିବା ପାଇଁ ଯାଇଥିବା ବିଧାୟକଙ୍କୁ ଏଭଳି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା । ବିଧାୟକ ଶ୍ରୀ ବେହେରାଙ୍କ ସହିତ ଦୁଇଟି ପୋଲିସ ଗାଡି ତାଙ୍କ ସୁରକ୍ଷା ପାଇଁ ଯାଇଥିଲେବି ବିଧାୟକଙ୍କ ଗାଡି ଉପରକୁ ହୋଇଥିବା ଅଣ୍ଡାମାଡରୁ ପୋଲିସ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶେଷରେ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ ହେବା ପରେ ସଦର ଥାନା ପୋଲିସ ସବଇନିସପେକ୍ଟର ବିଶ୍ୱଭୂଷଣ ସାହାଣୀ ଘଟଣା ସ୍ଥଳରୁ ରାଜେନ୍ଦ୍ର ପ୍ରଧାନ ନାମକ ଜଣେ ଯୁବକଙ୍କୁ ଧରି ଆଣି ଥାନାରେ ଅଟକ ରଖିଥିବା ଜଣାପଡିଛି । ଯଦିଓ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସଂପୃକ୍ତ ଯୁବକଙ୍କ ନାମରେ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଏସ.ଆଇ. ଶ୍ରୀ ସାହାଣୀ କହିଛନ୍ତି । ସେହିପରି ଇନ୍ଦୁପୁର କଲେଜ ପରିସରରେ ଏକ ସଭାରେ ଯୋଗଦେଇଥିବା ବେଳେ ଏବଂ ସେଠାରୁ ଗାଡି ଯୋଗେ କେନ୍ଦ୍ରାପଡାକୁ ଫେରୁଥିବା ବେଳେ ନିକିରାଇ ଛକରେ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଇଥିବା ସୂଚନା ମିଳିଛି । ବିଧାୟକଙ୍କ ଉପରେ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଓ ଦଳୀୟକର୍ମୀମାନେ ଅସନ୍ତୋଷ ହୋଇପଡିଥିବାରୁ ଏଭଳି ଘଟଣାମାନ ଘଟୁଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ