କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ଇଚ୍ଛାପୁର ଉଚ୍ଚବିଦ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ମଣ୍ଡଳ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମି ନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଆଶୁକବି ହେମନ୍ତ କୁମାର ଜେନାଙ୍କ ପରିଚାଳନାରେ ପ୍ରାୟୋଜିତ ସୁରଭି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଶିଶୁମାନଙ୍କ ପ୍ରତିଭାର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ବିଭାଗ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବା ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ବେହେରା କହିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ , ଇଚ୍ଛାପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ବିମଳ ପ୍ରସାଦ ପରିଡା ଓ ପ୍ରଭାତୀ ସ୍ୱାଇଁଙ୍କ ନିର୍ଦେଶନାରେ ତରାଣ୍ଡୋ ହାଇସ୍କୁଲ ଓ ରତ୍ନାକର ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ସୁରଭି ସମ୍ବନ୍ଧିତ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷକ ରାଧାନାଥ ମିଶ୍ର ଅତିଥି ପରିଚୟ ବିମଳ ପ୍ରସାଦ ପରିଡା ବେଦପାଠ କରିଥିବା ବେଳେ ସିଆରସିସି ବିଭୂ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡା ବ୍ଲକ ଓ ପୈାରାଚଂଳ ଅନ୍ତର୍ଗତ ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡିକର କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବରୁ ଉନ୍ନୀତ ପ୍ରତିଯୋଗୀମାନଙ୍କ ମଧ୍ୟରେ କୁଇଜ୍, ତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନାମ୍ôକ ଲିଖନ, ପ୍ରବନ୍ଧ, ସଂଗୀତ ଓ ନୃତ୍ୟ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୁଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁର ଅନ୍ତର୍ନିହିତ ଶକ୍ତିର ବିକାଶ ହିଁ ବିକଶିତ ରାଷ୍ଟ୍ର ଗଠନର ଉପଜୀବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଓ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ହେମନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସିଆର୍ସିସି ବଳଦେବ ପ୍ରସାଦ ଜେନା , ଅନନ୍ତ ପରିଡା , ମହମଦ୍ ଜଲ୍ଲାଲଉଦ୍ଦିନ , ଗିରିଧାରୀ ସାହୁ , ମନମୋହନ ମିଶ୍ର ,ବିଭୁ ପ୍ରସାଦ ନାୟକ ଓ ଇଛାପୁର ନୋଡାଲ ହାଇସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।