କେନ୍ଦ୍ରାପଡା ବ୍ଲକ ସ୍ତରୀୟ ପରାମର୍ଶ ମେଳା ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପଞ୍ଚାୟତ ସମିତି ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର(ଦକ୍ଷତା ମେଳା) ଅୟୋଜିତ ହୋଇଯାଇଛି । ଏହି ଶିବିରକୁ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି ଶିବିରରେ ଓଡିଶା ସରକାରଙ୍କ ସହ ଚୁକ୍ତି କରିଥିବା ୧୧ଟି ତାଲିମ ପ୍ରଦାନ କାରୀ ସଂସ୍ଥା ଯୋଗଦେଇଥିଲେ । ଏହି ଶିବିରରେ ୧୭୫ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ଜଣଙ୍କୁ ତାଲିମ ପାଇଁ ଚୟନ କରାଯାଇଥିଲା । ଏହାବ୍ୟତିତ କେନ୍ଦ୍ରାପଡା ଛତାର ସରକାରୀ ପଲିଟେକନିକ ଏବଂ ପଟ୍ଟାମୁଣ୍ଡାଇ ସ୍ଥିତ ସରକାରୀ ଆଇ.ଟି.ଆଇ.ରେ ଅଧିକ ସଂଖ୍ୟାରେ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବା ନିମନ୍ତେ ଏକ ପରାମର୍ଶ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ