କେନ୍ଦ୍ରାପଡା ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ପାଇଁ ପରାମର୍ଶ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ମିଶନଶକ୍ତି ସଂଯୋଜକ ଯୋଗଦେଇ ଉପସ୍ଥିତ ଯୁବକଯୁବତୀମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଏହି ଶିବିରରେ କେନ୍ଦ୍ରାପଡା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୮ରୁ ୩୫ବର୍ଷ ବୟସର ୪୬୯ ଜଣ ଯୁବକଯୁବତୀ ନାମ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୪୧୦ଜଣ ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ତାଲିମ ନିମନ୍ତେ ମନୋନିତ ହୋଇଥିଲେ । ୭ଟି ତାଲିମ ପ୍ରଦାନକାରୀ ସଂସ୍ଥା ଯଥା ସିପେଟ, ପାରାଦୀପ, ୱାଜିର ଆଡଭାଇଜର, ଏଲ ଆଣ୍ଡ ଟି, ଗ୍ରାମ ତରଙ୍ଗ, ସାହି ଏକ୍ସପର୍ଟ, ଆକମ ଇଣ୍ଡିଆ ପ୍ରମୁଖ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ ।