କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ ଫୁଟବଲ ଖେଳ ପ୍ରତିଯୋଗୀତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମଣ୍ଡଳ ସ୍ତରୀୟ ଫୁଟବଲ ଖେଳ ପ୍ରତିଯୋଗୀତା ଗୁରୁବାର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି, ଜିଲ୍ଲା ଶାରିରୀକ ଶିକ୍ଷା ନିରିକ୍ଷୀକା ସ୍ମୀତା ପ୍ରତିଭା ସାହୁ ମୁଖ୍ୟବକ୍ତା ଏବଂ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମଣ୍ଡଳ ସ୍ତରୀୟ ଫୁଟବଲ ଖେଳ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ ।ବ୍ଲକ ସମ୍ପାଦକ ଉମାକାନ୍ତ କର ଖେଳର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଫିପା ଦ୍ୱାରା ଆୟୋଜିତ ଏହି ଫୁଟବଲ ଖେଳ ପ୍ରତିଯୋଗୀତାରେ ବ୍ଲକ ସ୍ତରରୁ ମନୋନୀତ ଶ୍ରେଷ୍ଠ ଖେଳାଳୀମାନେ ଆସନ୍ତା ଅକ୍ଟୋବରମାସ ୧୪,୧୫,୧୬ ଓ ୧୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ଜିଲ୍ଲାର ବାଳକ,ବାଳିକା ବିଭାଗର ଚମ୍ପିୟନ ଖେଳାଳୀମାନେ ଆଗାମୀ ଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୧୭ବର୍ଷରୁ କମ ବିଶ୍ୱ ମହିଳା କପ୍ ଦେଖିବାକୁ ମାଗଣାରେ ଯିବା ଆସିବା ଓ ଖାଇବା ପ୍ରଭୃତି ସମସ୍ତ ବନ୍ଦୋବସ୍ତ ଫିପା ପକ୍ଷରୁ କରାଯିବ । ଏହି ମଣ୍ଡଳ ସ୍ତରୀୟ ପ୍ରତିଯୋଗୀତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୨୦ଟି ବିଦ୍ୟାଳୟର ୮୫ଜଣ ଛାତ୍ର ଅଂଶଗ୍ରହଣ କରିିଛନ୍ତି । ଏହି ପ୍ରତିଯୋଗୀତା ପରିଚାଳନାରେ ଆଥଲେଟିକ କୋଚ ସେକ ସୈାକତ ଖାନ, ପ୍ରିୟରଞ୍ଜନ ବିଶ୍ୱାଳ, ପ୍ରତାପ ହରିଚନ୍ଦନ, ପଙ୍କଜ ଦାସ, ଦ୍ୱାରିକାନାଥ ମୁଦୁଲି, ଶିବ ପ୍ରସାଦ ବଳ ପ୍ରମୁଖ ସହ ଯୋଗ କରିଥିବା ବେଳେ ମୋନାଲିସା ନନ୍ଦ, ଶଶିରେଖା ସାହୁ ପ୍ରତିଯୋଗୀତା ପରିଚାଳନା କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସଶ୍ମୀତା ପଣ୍ଡା ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


