କେନ୍ଦ୍ରାପଡା ସହରକୁ ପଲିଥିନ୍ ମୁକ୍ତ ପାଇଁ ସଚେତନତା

କେନ୍ଦ୍ରାପଡା – କେନ୍ଦ୍ରାପଡା ସହରକୁ ପଲିଥିନ୍ ମୁକ୍ତ କରାଯିବା ପାଇଁ ପୈାରସଂସ୍ଥା ପକ୍ଷରୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୈାରସଂସ୍ଥା ପକ୍ଷରୁ ପଲିଥିନ୍ ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ଯେ କୈାଣସି ବ୍ୟକ୍ତି ୩୦୦ ଗ୍ରାମ୍ ଓଜନର ପଲିଥିନ୍ ଓ ପ୍ଲାଷ୍ଟିକ୍ ସଂଗ୍ରହ କରି ପୈାରସଂସ୍ଥା ନିକଟରେ ଜିମା ଦେଲେ ତାଙ୍କୁ ଏକ ଲକି କୁପନ୍ ପ୍ରଦାନ କରାଯାଇ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଶ୍ରୀ ବଳଦେବଜୀଉ ମନ୍ଦିରଠାରୁ ଆରମ୍ଭହୋଇ ସାନ୍ତସାହି, ପୁରୁଣାବସଷ୍ଟାଣ୍ଡ ଦେଇ ନୂଆ ବସଷ୍ଟାଣ୍ଡଠାରେ ଶେଷ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଉପଲକ୍ଷେ ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ପାଇଁ ଆସନ୍ତା ୧୧ ତାରିଖରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ । ଏଥିରେ ସର୍ବାଧିକ ପ୍ଲାଷ୍ଟିକ୍ ଓ ପଲିଥିନ୍ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିଶୁଦିବସରେ ପୁରସ୍କୃତ କରାଯିବ । ତେବେ ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ଲୋକ ପ୍ରଦାନ କରିଥିବା ପଲିଥିନ୍ ଓ ପ୍ଲାଷ୍ଟିକକୁ୍ ଓଜନ କରାଯାଇ ୩୦୦ ଗ୍ରାମ୍‌ରୁ ଅଧିକ ପରିମାଣର ଦେଇଥିବା ଲୋକମାନଙ୍କ ଟୋକନ ସଂଗ୍ରହ କରାଯାଇ ଆସନ୍ତା ୧୪ ତାରିଖ ଦିନ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ପୈାର ସଂସ୍ଥାର କର୍ମଚାରୀ ବିଜୟ କୁମାର ମିଶ୍ର, ଭୁବନମୋହନ କାନୁନ୍‌ଗୋ, ତୃପ୍ତିମୟୀ ସେନାପତି, ସୁସ୍ମିତା ଜେନା, ମନୋରଂଜନ ଦାସ, ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ପ୍ରଶାନ୍ତ ନାୟକଙ୍କ ସମେତ ପୈାରାଚଂଳ ଅନ୍ତର୍ଗତ ସମସ୍ତ ୱାର୍ଡର ବିଜୁ ଯୁବବାହିନୀର କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ