କେନ୍ଦ୍ରାପଡା ସହରରେ ବ୍ରାଣ୍ଡେଡ ଜେନେରିକ ମେଡିସିନ ସପ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ବଡହାଟ ଠାରେ ଜାହେଦା ମେଡିସିନ ନାମକ ଏକ ବ୍ରାଣ୍ଡେଡ ଜେନେରିକ ମେଡିସିନ ସପ ଉଦଘାଟିତ ହୋଇଯାଇଛି । ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଡିସିନ ସପକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର ଉମେଶ ଚନ୍ଦ୍ର ନାୟକ, ପୂର୍ବତନ କାଉନସିଲର ହିବଜୁର ରହେମାନ, ସମାଜସେବୀ ଲିୟାକତ ଅଲ୍ଲୀଙ୍କ ସମେତ ଅନ୍ୟ କାଉନସିଲରମାନେ ଉପସ୍ଥିତ ଥିଲେ । ଏହି ଔଷଧ ଦୋକାନରେ ହରବାଲ, ଓଟିସି, ସରଜିକାଲ ପ୍ରଡକ୍ଟ ସମେତ ସିପ୍‌ଲା, କାଡିଲା, ଇମକିଓର, ଆବୋଟ, ଇନଟାସ, ସନ ଫାର୍ମା, ଇଲଡର, ଡା. ମୋରପେନ, ଅଜନ୍ତା ପ୍ରଭୃତି ଦ୍ୱାରା ବ୍ରାଣ୍ଡେଡ ଜେନେରିକ ଔଷଧ ସୁଲଭ ମୂଲ୍ୟରେ ମିଳିବ ବୋଲି ଦୋକାନର ସତ୍ୱାଧୀକାରୀ ଜାହିଦ ଅଲ୍ଲୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ