୫ଟି ସଚିବଙ୍କୁ ଭେଟିଲେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ଓ ଉପାଧକ୍ଷ…
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି ଶୁକ୍ରବାର ୫ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଭେଟିଥିବା ଜଣାପଡିଛି l ପଂଚାୟତ ସମିତିର ଦାୟିତ୍ୱ ନେଲା ପରେ ନବୀନ ନିବାସକୁ ଯାଇ ସେଠାରେ ସାକ୍ଷାତ କରି ବ୍ଲକର ଉନ୍ନତି କରଣ ଦିଗରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରଥିଲେ ତେବେ ସଚିବ ବ୍ଲକର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିର୍ମାଣଧୀନ ୫ଟି ସ୍କୁଲ କାର୍ଯ୍ୟକୁ ସହଯୋଗ ଏବଂ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ରାୟଗଡ଼ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଧ୍ୟ ୫ଟି ଜରିଆରେ ରୂପାନ୍ତରୀକରଣ କରାଯିବ ଏବଂ ଉକ୍ତ କାର୍ଯ୍ୟକୁ ତଦାରଖ କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରିବାକୁ କହି ଥିଲେ l ଏଥିସହ ଗ୍ରାମାଞ୍ଚଳରେ ଥିବା ମହିଳା ମାନେ ସ୍ୱାବଲମ୍ବୀ, ଆତ୍ମନିର୍ଭରଶିଳ ଓ ସଶକ୍ତିକରଣ ହେବା ପାଇଁ ଧ୍ୟାନ ଦେବାକୁ କହିଥିଲେ ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପରାମର୍ଶ ଦେଲେ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି l


