କେନ୍ଦ୍ରାପଡା ସାଇକେଲ କ୍ଲବର ପରିବେଶ ସଚେତନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ପରିବେଶ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ ଇନ୍ଦୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବାଳିକା ଉଚ୍ଚ ବିଦ୍ୟାଳୟର ପରିସରକୁ କ୍ଲବର ସଦସ୍ୟମାନେ ସଫେଇ କରିବା ସହିତ ନିକଟସ୍ଥ ପଲ୍ଲୀମଙ୍ଗଳ ପଡିଆ ଠାରେ ଜନସାଧାରଣଙ୍କୁ ପଲିଥିନ ବ୍ୟବହାର ନକରିବା, ଅଳିଆ ଆବର୍ଜ୍ଜନାକୁ ଗୋଟିଏ ସ୍ଥାନରେ ପକାଇବା ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ଏହାପରେ ସ୍ଥାନୀୟ ବ୍ରାହ୍ମ୍ମଣୀ ନଦୀପଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଡା. ବୀରେନ୍ଦ୍ର ଦାଶ, ଶୁଭାଶିଷ ଜେନା, ମାତୃଦତ୍ତ ମହାନ୍ତି, ଜଗନ୍ନାଥ ଧଳ, ଗଙ୍ଗାଧର ଘଡେଇ, ଚନ୍ଦନ ସାହୁ, ରଶ୍ମିରଞ୍ଜନ ସ୍ୱାଇଁ, ଦିଲ୍ଲିପ ମହାନ୍ତି, ନିର୍ମଳ ମହାନ୍ତି, ମାନସ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ନାୟକ, ବିରେନ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ