ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (ଦେବଦତ୍ତ ମହାରଣା) : ଗତ ୮ ତାରିଖ ବୁଧବାର ଦିନ ସେନା ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଓ ଅନ୍ୟ ସେନାଧିକାରୀଙ୍କ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ସିଡିଏସ ସ୍ଵର୍ଗତ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଓଡ଼ିଆ ପୁଅ ରାଣା ପ୍ରତାପ ଦାସଙ୍କ ସମେତ ସମସ୍ତ ୧୩ ଜଣ ମୃତକଙ୍କ ଉଦ୍ଦେଶ୍ୟରେ ଭାରତୀୟ ଅବସରପ୍ରାପ୍ତ ସୈନିକ ସଂଘ, ଛତ୍ରପୁର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ମା ରାମାୟଣମ୍ମା ଠାକୁରାଣୀ ମନ୍ଦିର ନିକଟରେ ସଂଘ ର ସଭାପତି ଏଚ. କେ.ମୁନି ଙ୍କ ପୌରହିତ୍ୟ ରେ ସାମୁହିକ ଦୀପଦାନ ଓ ପ୍ରାର୍ଥନା କରାଯାଇଛି । ଏଥିରେ ଗୋପାଳପୁର ତଟରକ୍ଷୀ ବାହିନୀର କମାଣ୍ଡେଣ୍ଟ ଏମ. କେ. ଶର୍ମା, ଅବସର ପ୍ରାପ୍ତ ସୈନିକ ସଂଘ ର ଉପସଭାପତି ବି. ଶଙ୍କର ରେଡ୍ଡୀ, ସମ୍ପାଦକ ମହେଶ ରେଡ୍ଡୀ, ଆଇନଜୀବୀ ପଦ୍ମ ଚରଣ ସାହୁ, ବଡ଼ ବଜାର ବ୍ୟବସାୟୀ ସଂଘ ର ସଭାପତି ସଂଜିତ କୁମାର ରାଉଳ ଓ ବହୁ ଅବସର ପ୍ରାପ୍ତ ସୈନିକ ଏବଂ ସ୍ଥାନୀୟ ଅଂଚଳ ର ଯୁବକ, ଯୁବତୀ ମାନେ ଉପସ୍ଥିତ ରହି ସହୀଦ ମାନଙ୍କ ରେ ଉଦେଶ୍ୟରେ ସ୍ମୃତି ଚାରଣ କରିଥିଲେ l ପରେ ସମସ୍ତେ ଏକ କ୍ୟାଣ୍ଡଲ ଶୋଭାଯାତ୍ର ରେ ଛତ୍ରପୁର ସହର ପରିକ୍ରମା କରି ସହୀଦ ମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ