କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଅନ୍ନପୂର୍ଣ୍ଣାର୍ ସୁଆରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଲେଜ ଷ୍ଟାଫ ଆସୋସିଏସନର ସଭାପତି ପ୍ରାଧ୍ୟାପକ ତପନ କୁମାର ପତି ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସଭାପତିତ୍ୱ କରିଥିଲେ । ସମ୍ବର୍ଦ୍ଧନା ସଭାରେ ପ୍ରାକ୍ତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ବର୍ତ୍ତମାନର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଅତିଥିଭାବେ ଯୋଗଦେଇ ପ୍ରାଧ୍ୟାପିକା ଶ୍ରୀମତୀ ସୁଆରଙ୍କ ଅଧ୍ୟାପନା, ସମୟାନୁବର୍ତ୍ତୀତା, ଛାତ୍ରବତ୍ସଳତା ଓ ସମସ୍ତଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖିବା ସହ ସେ ଅଜାତ ଶତ୍ରୁଥିଲେ ବୋଲି ଅଭିହିତ କରିଥିଲେ । ଷ୍ଟାଫ ଆସୋସିଏସନର ସମ୍ପାଦକ ରାମଚନ୍ଦ୍ର ପାତ୍ର, ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ, ମନୋଜ ମିଶ୍ର, ଦେବେନ୍ଦ୍ର ଗୋଚ୍ଛାୟତ, ସାହାବୁଦ୍ଦିନ ଅଲ୍ଲୀ, ମେଜର ମନୋରଞ୍ଜନ ମହାନ୍ତି, ଡଃ. ସରୋଜିନୀ ମହାପାତ୍ର, ଡଃ. ସୁଷମା ଶତପଥୀ, ଡଃ. ବାସନ୍ତୀ ଶୁକ୍ଲା, ଦିପ୍ତୀ ରାୟ, ସ୍ୱଚିସ୍ମିତା ବେହେରା, ପ୍ରମୋଦ କୁମାର ବେହେରା, ତୁଷାରକାନ୍ତୀ ଭୂୟାଁ, ପ୍ରଭାମୟୀ ସାମନ୍ତରାୟ, ନିରାକାର ଜେନା ପ୍ରମୁଖ ବିଦାୟକାଳୀନ ବକ୍ତବ୍ୟ ରଖିଥିଲେ । ପ୍ରାଧ୍ୟାପକ ଜ୍ଞାନେନ୍ଦ୍ର ଦାସ, ଅଶୋକ କ ୁମାର ଦାସ, ଗୌରପ୍ରସାଦ ଷଡଙ୍ଗୀ, ଉମାକାନ୍ତ ପାତ୍ର ଓ ରଞ୍ଜିତ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଷ୍ଟାଫ ଆସୋସିଏସନର ସମ୍ପାଦକ ଡଃ ଦେବେନ୍ଦ୍ର ପ୍ରସାଦ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ