କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସମର ଶିକ୍ଷାର୍ଥୀ ବାହିନୀ ପତକା ଉତ୍ତୋଳନ କରି କ୍ୟାଡେଟ ମାନଙ୍କର ପ୍ୟାରେଡ ନୀରିକ୍ଷଣ କରିଥିଲେ । ସକାଳ ୮ଟା ସମୟରେ କ୍ୟାଡେଟ ମାନେ ମହାବିଦ୍ୟାଳୟ କ୍ୟାମ୍ପସ ସଫେଇ କରିଥିଲେ । ୧୦ଟାରେ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସିନିୟର ଡିଭିଜନ ଆସୋସିଏଟ ଏନ୍‌ସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ତାଙ୍କ ଉଦବୋଧନରେ କ୍ୟାଡେଟମାନଙ୍କ ଶୃଙ୍ଖଳତାକୁ ଭୁରିଭୁରି ପ୍ରଶଂସା କରିଥିôଲେ । ସିନିୟର ଡିଭିଜନର ସିନିୟର ଅଣ୍ଡର ଅଫିସର ଗୁରୁଚରଣ ପ୍ରଧାନ ଓ ସିନିୟର ଉଇଙ୍ଗର ସିନିୟର ଅଣ୍ଡର ଅଫିସର ସୁଚରିତା ପରିଡା ଏନ୍‌ସିସିରେ ନିଜର ଅନୁଭୂତି ଓ ଅଭିଜ୍ଞତାକୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ଏକତା ଓ ଶୃଙ୍ଖଳତା ଉପରେ ଆଲୋକପାତ କରି ଦେଶର ସେବା ଆମ ଜୀବନର ମୁଖ୍ୟ ଲକ୍ଷ୍ୟ ରହୁ ବୋଲି କ୍ୟାଡେଟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ । ଏସ୍‌ୟୁଓ ଗୁରୁଚରଣ ପ୍ରଧାନ, ଏସ୍‌ୟୁଓ ସୁଚରିତା ପରିଡା, ଜେୟୁଓ ଶୁଭେନ୍ଦୁ ଜେନା, ଜେୟୁଓ ଅଭିଜିତ ଜେନା, ଜେୟୁଓ ପୂର୍ଣ୍ଣିମା ଜେନା, ଜେୟୁଓ ପ୍ରୀତିପଦ୍ମା ଆଚାର୍ଯ୍ୟଙ୍କୁ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ । ପରିଶେଷରେ ଲେଫ୍ଟନାଣ୍ଟ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କ୍ୟାଡେଟ ନିକିତା, କ୍ୟାଡେଟ ସାନୀୟା ମଞ୍ଚ ପରିଚାଳନା କରିଥିଲେ । ଶେଷରେ କ୍ୟାଡେଟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ