କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକ ନିମନ୍ତେ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କ ଦ୍ୱାରା ଜାରି ନିୟମାବଳୀ ଅନୁଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏକ ୧୨ଜଣିଆ ନୂତନ ପରିଚାଳନା କମିଟି ଗଠନ କରାଯାଇଥିବା ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏସମ୍ପର୍କିତ ବିଜ୍ଞପ୍ତି ଜାରି ହେବା ଦିନ ଠାରୁ ୩ବର୍ଷ ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ । ଏହି ନୂତନ ପରିଚାଳନା କମିଟିର ସଭାପତି ଭାବେ ଡା. ବାସୁଦେବ ପାତ୍ରଙ୍କୁ ମନୋନିତ କରାଯାଇଥିବା ବେଳେ ସଦସ୍ୟ ଭାବରେ ପ୍ର୍ରଫେସର ଦୁର୍ଯ୍ୟୋଧନ ପରିଡା, ଡଃ. ଅପର୍ଣ୍ଣା ମହାନ୍ତି, ପ୍ରଫେସର ଅଜୟ କୁମାର ସାମଲ, ଡଃ. ରାଜ ଗୋପାଳ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ସେକ ସମସୁର, ଶିକ୍ଷକ ପ୍ରତିନିଧି ଭାବେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ରିଡର ଡଃ. ସଞ୍ଜିବ କୁମାର ମହାନ୍ତି ଓ ରସାୟନ ବିଜ୍ଞାନ ବିଭାଗ ରିଡର ଡଃ. ଦେବେନ୍ଦ୍ର ନାଥ ଗୋଛାୟତଙ୍କୁ ମନୋନିତ କରାଯାଇଛି । ଉତ୍କଳ ବିଶ୍ୱ ବିଦ୍ୟାଳୟର ପିଜି ଇତିହାସ ବିଭାଗ ପ୍ରଫେସର ବସନ୍ତ କୁମାର ମଲ୍ଲିକ ବିଶ୍ୱ ବିଦ୍ୟାଳୟ ର ପ୍ରତିନିଧି ଭାବେ ଏହି ପରିଚାଳନା କମିଟିକୁ ମନୋନିତ ହୋଇଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହି ପରିଚାଳନା କମିଟିର ସଦସ୍ୟ ସମ୍ପାଦକ ଭାବେ ମନୋନିତ ହୋଇଛନ୍ତି । ଏତଦବ୍ୟତିତ ଏହି କମିଟିର ସଦସ୍ୟ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆର.ଡି.ଇ.ଭୁବନେଶ୍ୱରରୁ ଜଣେ ମନୋନିତ ହେବାକୁ ଥିବା ବେଳେ ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିସନ ପକ୍ଷରୁ ମଧ୍ୟ ଜଣେ ପ୍ରତିନିଧି ମନୋନିତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ