କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦୀନବନ୍ଧୁ ସାହୁଙ୍କ ଜୟନ୍ତୀ ସମାରୋହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୧୧୩ତମ ଦୀନବନ୍ଧୁ ସାହୁଙ୍କ ଜୟନ୍ତୀ ସମାରୋହ ଓ ସ୍ମାରକୀ ବକ୍ତୃତା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଦୀନବନ୍ଧୁ ସାହୁ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ପ୍ରାକ୍ତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଅଧୁନା ଲୋକସେବକ ମଣ୍ଡଳ ଓଡିଶା ଶାଖାର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ । ସମ୍ମାନୀତ ଅତିଥି ଭାବେ କଲେଜ ପରିଚାଳନା ପରିଷଦ ସଦସ୍ୟ ପ୍ରଫେସର ଅଜୟ କୁମାର ସାମଲ ସ୍ୱର୍ଗତ ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ଯୋଗଦେଇ ଦୀନବନ୍ଧୁ ସାହୁଙ୍କ ସ୍ୱପ୍ନର ଶିକ୍ଷା କୋଣାର୍କ କେନ୍ଦ୍ରାପଡା ମହାବିଦ୍ୟାଳୟ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ ଏବଂ ବର୍ତ୍ତମାନ ପିଢୀର ଧରମାମାନେ ସେ ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ । ମେଜର ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ, ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ୟାପଟେନ ସୀମା ମହାନ୍ତି ସଭା ସଞ୍ଚାଳନ କରିଥିଲେ । କଲେଜ ପରିସରରେ ଥିବା ସ୍ୱର୍ଗତ ସାହୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏହି ସମାରୋହରେ ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ, ପ୍ରାଧ୍ୟାପକ ଡଃ. ପ୍ରଦୀପ୍ତ କିଶୋର ଦାଶ, ବିଜୟ କୁମାର ଦାସ, କୈଳାସ ଚନ୍ଦ୍ର ଲେଙ୍କା, ତପନ କୁମାର ପତି, ଡଃ. ପ୍ରମୋଦ କୁମାର ଦାସ, ରାମଚନ୍ଦ୍ର ପାତ୍ର, ଡଃ. ସୁଷମା ଶତପଥୀ, ପୂର୍ବତନ ନଗରପାଳ ଧିରେନ ସାହୁ, ଶୁକଦେବ ସାହୁ, ପ୍ରାଧ୍ୟାପକ ସଞ୍ଜୀବ କୁମାର ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ, ଡଃ. ଜ୍ଞାନୀନ୍ଦ୍ର ଦାଶ, ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଡଃ. ଗୈାର ପ୍ରସାଦ ଷଡଙ୍ଗୀ, ଡଃ. ବାସନ୍ତୀ ଶୁକ୍ଳା, ପ୍ରାଧ୍ୟାପିକା ନମିତା ପାତ୍ର, ସୁବ୍ରତ କୁମାର ପାତ୍ରଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ