କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଭିଦ୍ଦ ବିଜ୍ଞାନ ବିଭାଗ ଜାତୀୟ ସମ୍ପାନ ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଭିଦ୍ଦ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜାତୀୟ ସମ୍ପାନ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଉଭିଦ୍ଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ରାମଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଯୋଗେଶ ମିଶ୍ରା ମୁଖ୍ୟବକ୍ତା ଓ ନୂଆଦିଲ୍ଲୀର ସି.ଏସ.ଟି.ଟି.ର ଅଧ୍ୟକ୍ଷ ପ୍ରଫେସର କେ. ବିଜୟ କୁମାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଞ୍ଜବିହାରୀ ଶତପଥୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ସମ୍ପାନରେ “ଦି କରେଣ୍ଟ ଟ୍ରେଣ୍ଡସ ଇନ ପ୍ଲାଣ୍ଟ ସାଇନ୍ସ” ଉପରେ ଆଲୋକପାତ କରାଯାଇଥିଲା । ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡଃ. ଗୈାତ୍ତମ ଚରଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ହିମାଂଶୁ ଶେଖର ମହାପାତ୍ର ବିଷୟବସ୍ତୁ ଉପରେ ଆଭିମୁଖ୍ୟ ପାଠ କରିଥିଲେ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସଂଯୋଜକ ଡଃ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପାନରେ ବହୁ ବୈଜ୍ଞାନିକ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ମହାବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।