କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଭିଦ୍ଦ ବିଜ୍ଞାନ ବିଭାଗ ଜାତୀୟ ସମ୍ପାନ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା “ଉଦ୍ଭିଦ ବିଜ୍ଞାନର ବର୍ତ୍ତମାନର ଦିଗ” ଶୀର୍ଷକ ଜାତୀୟ ସମ୍ପାନ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅନୁପସ୍ଥିତିରେ ପଦାର୍ଥବିଜ୍ଞାନ ବିଭାଗ ପ୍ରାଧ୍ୟାପକ ପ୍ରଫେସର ରଞ୍ଜିତ କୁମାର ଦାସ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ସମ୍ପାନର ଆବାହକ ଡଃ. ଗୌତମ ଚରଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ. ପ୍ରମୋଦ କୁମାର ଦାସ ସମ୍ପାନର ସଫଳତା ବିଷୟରେ ଆଲୋକପାତ କରିଥିଲେ । ଉଦ୍ଭିଦବିଜ୍ଞାନର ବିଭିନ୍ନ ବିଷୟରେ ପୋଷ୍ଟର ଉପସ୍ଥାପନା ପାଇଁ ମିଳିତ ଭାବେ ୩ୟ ବର୍ଷର ଛାତ୍ର ଆଶିଷ ରାଉତ ଓ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସ୍ୱର୍ଣ୍ଣକୁମାର ଦାସଙ୍କୁ ସମ୍ମାନିତ କରାଯାଇଥିବା ବେଳେ ମୌଖିକ ଉପସ୍ଥାପନା ପାଇଁ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସୀମା ପରିଡାଙ୍କୁ ପ୍ରଥମ ସ୍ଥାନ ପାଇଁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ହିମାଂଶୁ ଶେଖର ମହାପାତ୍ର ସମ୍ପାନର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ପ୍ରଥମ ବର୍ଷ ଡିଗ୍ରୀ ଛାତ୍ରୀ ସୁପ୍ରିୟା ଦାସ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମୋନାଲିସା ସିଂ । ଉତ୍ସବରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ. ଗୌରପ୍ରସାଦ ଷଡଙ୍ଗୀ, ପ୍ରଶାନ୍ତ ସାହୁ, ବିଦୁ ସାଗର ସାହୁ, ଅଚ୍ୟୁତାନନ୍ଦ ମହାରଣା, ଅଚ୍ୟୁତାନନ୍ଦ ଭୂୟାଁ ଓ ଅଧ୍ୟାପିକା ଡଃ. ସୁଚିସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ବୈଷୟିକ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ