କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା଼ ସ୍ୱଂୟଶାସିତ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପୂଣ୍ୟତିଥିରେ ଜତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସ୍ୱାମି ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଉପସ୍ଥିତ ଏନସିସି କ୍ୟାଡେଟ୍‌(ବାଳକ ଓ ବାଳିକା), ଏନଏସଏସର ଛାତ୍ରଛାତ୍ରୀ ଓ ଏବିଭିପି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଅଧ୍ୟକ୍ଷ ତାଙ୍କ ଉଦବୋଧନରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଉପରେ ଆଲୋକ ପାତ କରି ଦେଶର ଊନ୍ନତିରେ ଯୁବଗୋଷ୍ଠୀର ଭୂମିକା ବର୍ଣ୍ଣନା କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଓ ମହାବ୍ୟିାଳୟର ଊନ୍ନତି ପାଇଁ ପ୍ରତିଜ୍ଞା ବୋଧ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଉତ୍ସବ ପ୍ରାରମ୍ଭରେ କ୍ୟାଡେଟ୍ ମାନେ ମହାବିଦ୍ୟାଳୟ ପରିସରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ସଫା କରିଥିଲେ ଏବଂ ମହାବିଦ୍ୟାଳୟ ପରିସରକୁ ସଫେଇ କରିଥିଲେ । ଏହି ଉତ୍ସବରେ ସମର ଶିକ୍ଷାର୍ଥୀ ବାହୀନିର ଅଫିସର ମେଜର ମନୋରଞ୍ଜନ ମହାନ୍ତି, ଲେଫ୍ଟନାଣ୍ଟ୍ ସୀମା ମହାନ୍ତି, ଏନ.ଏସ.ଏସ ଅଫିସର ପ୍ରମୋଦ କୁମାର ବେହେରା, ଅଶୋକ କୁମାର ଦାସ, ପ୍ରାଧ୍ୟପକ ରମାନାଥ ମହାନ୍ତି, ପ୍ରାଧ୍ୟପକ ରଞ୍ଜିତ ଦାସ, ରଞ୍ଜନ ସାମଲଙ୍କ ସମେତ କଲେଜର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ