କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କୁ ଶିକ୍ଷକ ଗୌରବ ସମ୍ମାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ୨୦ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବାରୁଅସ୍ଥିତ ସାଂସ୍କୃତିକ କଳା ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଜିଲ୍ଲାର ଏକମାତ୍ର କେନ୍ଦ୍ରୀୟ ଅନୁଷ୍ଠାନ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ସେକ ଇଦ୍ରିସ ଅଲ୍ଲୀ ଓ ଅଶୋକ କୁମାର ମଲ୍ଲିକଙ୍କୁ ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ସେକ ଇଦ୍ରିସ ଅଲ୍ଲୀ ଏକାଧାରରେ ଜଣେ ତ୍ରିଭାଷୀ କବି, ଭାଷ୍ୟକାର, ସୁସଂଗଠକ, ଲେଖକ, ଗାୟକ ଏବଂ ଏକ ଆଦର୍ଶ ତଥା ଲୋକପ୍ରିୟ ଶିକ୍ଷକ ରୂପେ ସାରା ଜିଲ୍ଲାରେ ସୁନାମ ଅର୍ଜନ କରିଛନ୍ତି । ଶ୍ରୀ ଅଲ୍ଲୀ ତେଣ୍ଡକୁଡା ପଞ୍ଚାୟତର ନିବାସୀ ସ୍ୱର୍ଗତ ସେକ ତବାରକ୍ ଅଲ୍ଲୀଙ୍କ ସାନପୁଅ ଅଟନ୍ତି । ଅଶୋକ କୁମାର ମଲ୍ଲିକ ଯାଜପୁର ଜିଲ୍ଲାର ନିବାସୀ ଅଟନ୍ତି ।