କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସକୁ ଭାରତ ବଂଚାଅ ଦିବସ ରୂପେ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସକୁ ଭାରତ ବଞ୍ଚାଅ ଦିବସ ରୂପେ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ସଂପ୍ରତି ଦେଶରେ ବେରୋଜଗାର, ଶ୍ରମିକ ଛଟେଇ, ଶ୍ରମିକ ନେତା ଓ ସାମ୍ବାଦିକଙ୍କ ଉପରେ ଦେଶଦ୍ରୋହ ଆଇନ ଆଳରେ ଦମନ ଏବଂ ଜରୁରୀ କାଳୀନ ପରିସ୍ଥିତି ଭଳି ସ୍ଥିତି, ଶ୍ରମ ଆଇନ ଏବଂ କୃଷି ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର, ମୋଦୀ – ଶାହାଙ୍କର ହିଟଲରୀ ଶାସନରୁ ମୁକ୍ତି ତଥା ଦେଶର ଗଣତନ୍ତ୍ର, ସମାଜବାଦ ଓ ଧର୍ମ ନିରପେକ୍ଷ ନୀତିର ସୁରକ୍ଷା ପାଇଁ ୯ ଅଗଷ୍ଟ କ୍ରାନ୍ତି ଦିବସକୁ “ଭାରତ ବଂଚାଅ ଦିବସ” ଭାବେ ପାଳନ କରାଯାଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ମିଳିତ ଆହ୍ୱାନ ଦିଆଯାଇଥିଲା । ଏହି ସ୍ମାରକପତ୍ର ପ୍ରଦାନ ସମୟରେ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଆଇ.ଏନ.ଟି.ୟୁ.ସି ର ସଭାପତି ମୁକ୍ତାର ଖାଁ, ଏ.ଆଇ.ଟିୟୁ.ସି ର ସଭାପତି ବାବାଜୀ ଧଳ, ସି.ଆଇ.ଟି.ୟୁ.ର ମାଧବ ଦାସ, ଏ.ଆଇ.ସି.ସି.ଟି.ୟୁ ର ଜିଲ୍ଲା ସଂପାଦକ ବସନ୍ତ ମଳିକ,ଏଚ.ଏମ.ଏସ.ର ପରମେଶ୍ୱର ପାତ୍ର, ରମଣୀରଞ୍ଜନ ରାଉତରାୟ, ସୁହାନା ବେଗମ, ଅକ୍ତରୀ ବେଗମ, ଶଙ୍କର ଜେନା, ଆଦିକନ୍ଦ ରାଉଳ, ଫକିର ଚରଣ ଖଟୁଆ, କୃଷ୍ଣ ଚନ୍ଦ୍ର ରାଉତ, ସଦାଶିବ ରାଉତ, ବସନ୍ତ କୁମାର ସେଠୀ, ଭୀମ ଜେନା, ଜସମିନ ପରୱିନ, ପ୍ରକାଶ ଚନ୍ଦ୍ର ମଲିକ, ଶ୍ରୀକାନ୍ତ ଲେଙ୍କା, ଗଦାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।