କେନ୍ଦ୍ର ପକ୍ଷରୁ ପଞ୍ଚାୟତ ପଞ୍ଚଦଶ ଅର୍ଥ କମିଶନର ଅର୍ଥ ପ୍ରଦାନ

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ପଞ୍ଚଦଶ ଅର୍ଥ କମିଶନର ଅର୍ଥ ପ୍ରଦାନ କରିଛନ୍ତି । ପ୍ରଥମ କିସ୍ତି ବାବଦକୁ ରାଜ୍ୟକୁ ୫୬୪.୪୦ କୋଟି ଟଙ୍କା ମିଳିଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ, ଅର୍ଥମନ୍ତ୍ରୀ ୨୮ ରାଜ୍ୟ ପାଇଁ ୧୫,୧୮୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ହେଉଛି କମିଶନଙ୍କ ସୁପାରିସର ପ୍ରଥମ କିସ୍ତି । ୨୦୨୦-୨୧ ପାଇଁ ଏହି ଅର୍ଥ ମଞ୍ଜୁର କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରାଜ୍ୟକୁ ଟଙ୍କା ମିଳିବାର ୧୦ କାର୍ଯ୍ୟ ଦିବସ ମଧ୍ୟରେ ଏହି ଟଙ୍କାକୁ ଅର୍ଥ ବିଭାଗ ପଞ୍ଚାୟତକୁ ଟଙ୍କା ପଠାଇବ । ଏଥିରେ ବିଳମ୍ବ ହେଲେ ରାଜ୍ୟ ସରକାର ସୁଧ ସହ ଟଙ୍କା ପ୍ରଦାନ କରିବେ । ଏହି ଟଙ୍କା ପଞ୍ଚାୟତର ଆବଶ୍ୟକ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ । ତେବେ ଏହି ଟଙ୍କାରେ ବିଭାଗର କର୍ମଚାରୀଙ୍କ ଦରମା ଦିଆଯାଇ ପାରିବନି ବୋଲି ସିଧାସଳଖ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ