ଅନୁପମାଙ୍କ ଚିକିତ୍ସା ପାଇଁ ଜିଲ୍ଳ୍‌ାପାଳ ଆର୍ଥିକ ସହାୟତା ପ୍ରଦାନ କଲେ

ଯାଜପୁର, (ଓ୍ବାଇଏନ୍ଏସ୍) : ରସୁଲପୁର ବ୍ଳକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର ୧୨ ବର୍ଷର ଝିଅ ଅନୁପମା ଓଝା ଯିଏକି, ପୋଲିଓ ଆକ୍ରାନ୍ତ ତାଙ୍କୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି ବୋଲି ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର ଅବଗତ କରାଇଚ୍ଥନ୍ତି । ଅନୁପମା ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତା । ତାଙ୍କ ଅସୁସ୍ଥତା ସଂପର୍କରେ ଜିଲ୍ଳ୍‌ାପାଳ ଅବଗତ ହେଲାପରେ ଏହାକୁ ହୃଦୟଙ୍ଗମ କରି ଆର୍ଥିକ ସହାୟତା ନିମନ୍ତେ ହାତ ବଢାଇଥିଲେ । ଅନୁପମାଙ୍କର ସପଂଳ ଅସ୍ତ୍ରୋପଚାର ପାଇଁ ଜିଲ୍ଳ୍‌ାପାଳ ତଥା ଯାଜପୁର ସମଗ୍ର ଶିକ୍ଷାର ଅଧ୍ୟକ୍ଷ ଶ୍ରୀ ଦାସ ୩୦ ହଜାର ଟଙ୍କାର ଏକ ଚେକ୍ ଜିଲ୍ଳ୍‌ା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାରଙ୍କ ମାଧ୍ୟମରେ ଅନୁପମାର ମାତା ସସ୍ମିତାଙ୍କୁ ପ୍ରଦାନ କରିବା ସଂଗେ ସଂଗେ ତାର ଆଶୁ ଆରୋଗ୍ୟ କାମନା କରିଚ୍ଥନ୍ତି । ସେହିପରି ଜିଲ୍ଳ୍‌ା ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କାର ସହାୟତା ମଧ୍ୟ ଜିଲ୍ଳ୍‌ାପାଳ ଶ୍ରୀ ଦାସ ମଞ୍ଜୁର କରିଚ୍ଥନ୍ତି ବୋଲି ଶ୍ରୀ ସୂତାର ଜଣାଇଚ୍ଥନ୍ତି । ଏହି ସହାୟତା ପାଇଁ ଅନୁପମାର ପିତା ଅଭିରାମ ଓଝା ଓ ମାତା ସସ୍ମିତା ଓଝା ଜିଲ୍ଳ୍‌ାପାଳଙ୍କୁ କୃତଜ୍ଞତା ଜଣାଇଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ