କେନ୍ଦ୍ର ପ୍ରତିନିଧି ଦଳର ଡ଼ମଝର ଗ୍ରାମ ପଞ୍ଚାୟତ ମନ୍ଦୋବିର୍ଲି ଗ୍ରାମରେ ଫସଲ କ୍ଷତି ନେଇ ଅନୁଧ୍ୟାନ

ବୋଡେ଼ନ,(ଡୋଲେଶ୍ୱର ବାଗ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଡ଼ମଝର ଗ୍ରାମ ପଞ୍ଚାୟତ, ମଣ୍ଡୋବିର୍ଲି ଗ୍ରାମରେ ଫସଲ କ୍ଷତି ନେଇ ଅନୁଧ୍ୟାନ, କୃଷି ବିଭାଗ ଏବଂ କୃଷିବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ପ୍ରତିନିଧି ଦଳ ଘଟଣା ସ୍ଥଳକୁ ପରିଦର୍ଶନ କରି ତଦନ୍ତ କରିଛନ୍ତି। ଏହି ତଦନ୍ତ ପରେ ଏହି ଅଞ୍ଚଳ ରେ ୩୦୦ ଏକର ରୁ ଉର୍ଦ୍ଧ ଚାଷ ହୋଇଥିବା ବେଳେ ରୋଗ ପୋକ ଦାଉରୁ ଫସଲ କ୍ଷତି ହୋଇଥିବା ବେଳେ ଉପଯୁକ୍ତ କୀଟ ନାଶକ ଔଷଧ ଦିଆଯାଇ ନଥିବା କାରଣ ରୁ ଏହି କ୍ଷୟ କ୍ଷତି ହୋଇଥିବା ପ୍ରକାଶ କରିଛନ୍ତି। ଜିଲ୍ଲା କୃଷି ଅଧିକାରୀ ଖଡିଆଳ ପ୍ରଦୀପ କୁମାର ବେହୁରା ଘଟଣା ଉପରେ ଆଲୋକପାତ କରିଥିଲେ।ଫସଲ କୁ ପତ୍ର ଆଛଦ ପୋଡ଼ା ରୋଗ ହୋଇଅଛି। ଫିମ୍ପି ମାରୁଥିବା ରୋଗ ପାଇଁ ଟେବୁପୁନାଯୋର ଏବଂ ପ୍ରୋପିନା କୋନାଯୋର ଦେବା ପାଇଁ ବିଭାଗ ପକ୍ଷ ରୁ ଚାଷୀଙ୍କୁ ଉପଦେଇଥିଲେ। ଚାଷୀ ଔଷଧ ବ୍ୟବହାର କରିନଥିଲେ। ରୋଗ ମଧ୍ୟ ଶୁଖା ଜମିଥିବା ଫସଲ କ୍ଷତି କରିନଥିବା ବେଳେ ପାଣି ଥିବା ଫସଲ କୁ ବ୍ୟାପକ କ୍ଷତି କରିଅଛି। ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଁ ଥିବା ବେଳେ ଫସଲ କ୍ଷତି ର କ୍ଷତିପୂରଣ ପାଇବା ରୁ ସମସ୍ତେ ବଞ୍ଚିତ ହେବେ। କୃଷକ ଶକ୍ତି ସଙ୍ଗଠନ ପକ୍ଷ ରୁ କ୍ଷତି ପୂରଣ ରାଶି ପ୍ରଦାନ ପାଇଁ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ