କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ତିନି ଦିନିଆ କନ୍ଧମାଳ ଗସ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକାଶ ଯୋଜନାକୁ ଘରେଘରେ ପହଞ୍ଚାଇବାକୁ ମୁଁ ରାଜନୀତି କରୁଛି । ଭାରତୀୟ ଜନତା ଦଳ ଜି.ଉଦୟଗିରି ବିଧାନସଭା ସ୍ତରିୟ ବୈଠକରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ  ଜନ ବାର୍ଲା ମତବ୍ୟକ୍ତ କରିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ ଆମ ସରକାର ଓଡିଶା ରାଜ୍ୟରେ ନାହିଁ ତେଣୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ ଯୋଜନା, କିଶାନ ଫସଲ ବୀମା ଯୋଜନା ଭଳି ଭିଭିନ୍ନ ଯୋଜନାକୁ ନାମ ବଦଳାଇ ବିଜୁ ପକ୍କା ଘର ଯୋଜନା, କାଳିଆ ଯୋଜନା ଆଦି କରି ବଣ୍ଟନ କରୁଥିବା ବେଳେ ଭାରତର ଆୟୁସ୍ମାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ।ଏଥି ସହ ରାଜ୍ୟରେ ଭାରତୀୟ ଜନତା ଦଳ ସରକାରକୁ ଆସିଲେ ମାଇନରଟି କମିଶନ ଗଠନ କରିବ ବୋଲି ପ୍ରତିଶୃତି ଦେଇଛନ୍ତି।ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବତନ ସାଂସଦ ପ୍ରାର୍ଥୀ ପ୍ରତ୍ୟୁଷା  ରାଜେଶ୍ବରୀ ସିଂ, ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରୀପାଠୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର ପ୍ରମୁଖ ମଞ୍ଚାସିନ ଥିବାବେଳେ କାର୍ଯ୍ୟକ୍ରମକୁ ବନ ବିହାରୀ ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ମାୟାବନ୍ଧୁ ପ୍ରଧାନ, ନଗର ସଭାପତି ଉଦେଶନ ପ୍ରଧାନ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ବସନ୍ତ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ବର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷା ପ୍ରାର୍ଥୀନୀ ସୁସ୍ମିତା ଜେନା, ପାବୁରୀଆ ମଣ୍ଡଳ ସଭାପତି ଲଳିତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ନଗର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସଂଖ୍ୟାଲଘୁ ସେଲର କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବା ପରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ