କେନ୍ଦ୍ର ସରକାରଙ୍କ କୃଷି ମାରଣନୀତି ବିରୁଦ୍ଧରେ ଗଜପତି କଂଗ୍ରେସର ର‌୍ୟାଲି ଓ ରଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଦ୍ୱାରା ଚାଷୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ । ଏହାକୁ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ବୋଲି କଂଗ୍ରେସ ତରଫରୁ ବିରୋଧ କରାଯାଇ ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଏହି ବିଲକୁ ବିରୋଧ କରାଯାଇଛି । ଏହାର ପ୍ରତିବାଦରେ ଶହ ଶହ କଂଗ୍ରେସ କର୍ମୀ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ର‌୍ୟାଲିରେ ବାହାରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଲକୁ ପ୍ରତ୍ୟାହାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏଥି ନେଇ ଏକ ସ୍ମାରକପତ୍ର ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଜରିଆରେ ପ୍ରଦାନ କରିଥିଲେ । ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ କୁମାର ପଣ୍ଡା,ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ,ବିରିଷ୍ଠ ଯୁବ କଂଗ୍ରେସ ନେତା ମନୋଜ ସାହୁ ପ୍ରମୁଖଙ୍କ ସହ ବହୁ ନେତା ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ