କେନ୍ଦ୍ର ସରକାରଙ୍କ ବିରୋଧରେ ମାତିଲେ ଦଶଗୋଟି ସଂଗଠନ
ଜଗତସିଂହପୁର, (ଅନସୂୟା ରାଉତ): ଆଜି ଭାରତ ବନ୍ଦ ଡାକରାରେ ଜଗତସିଂହପୁର ଜିଲ୍ଲା ଟ୍ରେଡ୍ ୟୁନିୟନ ସାମିଲ ହୋଇ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତିର ବିରୋଧ କରିଛି । ଆଜି ଦଶ ଗୋଟି ୟୁନିୟନ ତରଫରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପ୍ରାୟତ ଦୋକାନ ବଜାର ଆଶିଂକ ବନ୍ଦ ଥଲା । ବିଭିନ୍ନ ସଂଗଠନ ପକ୍ଷରୁ ଲୋଭାକାନ୍ତ ସ୍ବାଇଁ, ପ୍ରଦୀପ୍ତ ରାଓ, ସୁବାସ ମହାପାତ୍ର, ସୁଶାନ୍ତ କୁମାର ବେହେରା, ତପନ କୁମାର ସାହୁ, ବଂଶୀଧର ପରିଡା, ସୋମନାଥ ଗିରି ପ୍ରଭୃତି ନେତୃବୃନ୍ଦ ଏହି ଅବସରରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ତୀବ୍ର ବିରୋଧ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଜଗତସିଂହପୁର ଜିଲ୍ଲାରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଜଣାପଡ଼ିଛି ।