କେନ୍ଦ୍ର ସରକାରଙ୍କ ବିରୋଧରେ ମହିଳା ବିଜୁଜନତା ଦଳର ରଣ ହୁଙ୍କାର
ସାନଖେୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅତ୍ୟାବଶ୍ୟକୀୟ ସାମଗ୍ରୀ ପେଟ୍ରୋଲ , ଡିଜେଲ , ଖାଇବା ତେଲ ରନ୍ଧନ ଗ୍ୟାସ, ଦର୍ ଆକାଶ ଛୁଆଁ,ହୋଇଥିବା ବେଳେ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଶୋଷଣ ଶିକାର ହେଉଛନ୍ତି ।କେନ୍ଦ୍ର ସରକାର ଆଛା ଦିନ ଆୟେଗା କହି ଜନତା ଙ୍କୁ ଭୁଆ ବୁଲାଉଛନ୍ତି ।ଏହାର ବିରୋଧରେ ମହିଳା ବିଜୁଜନତା କେନ୍ଦ୍ର ସରକାରଙ୍କ ବିରୋଧରେ ଦଳ ରଣହୁଙ୍କାର ଦେଇଛନ୍ତି। ସାନଖେମୁଣ୍ଡି ମହିଳା ବିଜୁଜନତା ଦଳ ପକ୍ଷରୁ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ମହିଳା ବିଜୁଜନତା ଦଳ ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ନେତୃତ୍ବରେ ଏକ ଶୋଭଯାତ୍ରା ରେ ଆସି ସାନଖେମୁଣ୍ଡି ବ୍ଲକ ଆଗରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମହିଳା ବି ଜେ ଡି ସଭାନେତ୍ରୀ ମମତା ପ୍ରଧାନ ଙ୍କ ସଭାପିତ୍ବରେ ପ୍ରତିବାଦ ସଭା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇ କେନ୍ଦ୍ର ସରକାର ବିରୋଧରେ କଡା ଆଭିମୁଖ୍ୟ ସମାଲୋଚନା କରିଥିଲେ। ଆଗାମୀ ଦିନରେ କେନ୍ଦ୍ର ସରକାର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତପ୍ରକାଶ ରଖିଥିଲେ।ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତଯ୍ୟାମି ସ୍ୱାଇଁ , ତାଙ୍କର ବାକ୍ତ ବ୍ୟ ରେ କହିଲେ ରନ୍ଧନ ଗ୍ୟାସ,ବିଭିନ୍ନ ପ୍ରକାର ସାମଗ୍ରୀ ଦରବୃଦ୍ଧି ସାଧାରଣ ଜନତା ଙ୍କୁ ଅସ୍ତବ୍ୟସ୍ତ କରିଛି। ଏଣୁ ଆଗାମୀ ଦିନରେ ଠିକ୍ ଜବାବ ଦିଆଯିବ ବୋଲି ମତ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଲତାରାଣି ସ୍ୱାଇଁ ଜିଲ୍ଲା ମହିଳା ବି ଜ ଡି ସମ୍ପାଦିକା, ଗୀତାଞ୍ଜଳି ନାହାକ ଜିଲ୍ଲା ପରିଷଦ ସଭ୍ୟ, ମଧୁସ୍ମିତା ରାଉତ ଖଳୀଙ୍ଗୀ ସରପଞ୍ଚ, ଶର୍ମିଷ୍ଠା ରାଉତ ମହିଳା ବି ଜ ଡି ଉପସଭାପତି ନିଜନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।ଏହା ପରେ ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦଦେଶ୍ୟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ପ୍ରତିବାଦ ସଭାରେ ବିଜୁଜନତା ଦଳର ନେତା ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସଙ୍କର୍ଷଣ ସ୍ୱାଇଁ, ଧୋବା ସ୍ୱାଇଁ ,ସହଦେବ ପ୍ରଧାନ ଅମିନ ପ୍ରଧାନ, ନୀଳ ମାଧବ ରାଉତ , ଜଗନ୍ନାଥ ପତ୍ର ସଞ୍ଜୟ ରାଉତ, ସନ୍ତସୋ ବିଶୋଇ , ସୁବାସ ମହାପାତ୍ର, ତୋଫାନ ସ୍ୱାଇଁ, ଗଙ୍ଗାଧର ପାତ୍ର , ଙ୍କ ସମେତ ବହୁ ବିଜୁ ପ୍ରେମୀ କର୍ମୀ ଯୋଗଦେଇଥିଲେ।