କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବିଜୁ ପକାଘର ନାମରେ ହିତାଧିକାରୀଙ୍କୁ ବିଭ୍ରାନ୍ତ କରି,ଘର କାନ୍ଥରେ ଷ୍ଟିକେର ମାରିବା କାର୍ଯ୍ୟକୁ ଦୃଢ ବିରୋଧ କରିବା ସହିତ ନିନ୍ଦା ଓ ପ୍ରତିବାଦ କରି ସୋରୋଡ଼ା ବ୍ଲକ ବଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଙ୍କ ନେତୃତ୍ୱରେ ଓ ଜିଲା ସାଧାରଣ ସଂପାଦକ ରଞ୍ଜନ କୁମାର ରାଉତ ଙ୍କ ତତ୍ୱାବଧାନ ରେ ଓ ମଣ୍ଡଳ ସଭାପତି ରାଧାମୋହନ ସ୍ୱାଇଁ,ଶିବ ଦିଗଲ, ଭି,ଜଗଦୀଶ ରାଜୁ,ସୁରେନ୍ଦ୍ର ସାହୁ ଓ ବୁଲୁ ସ୍ୱାଇଁ ଙ୍କ ଉପସ୍ଥିତିରେ ତା 28,12,2020 ଦିନ ଏକ ଦାବି ପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତା କୁ ଚିରି ଏବଂ ପୋଡିବା ସହ ପ୍ରତିବାଦ କରାଯାଇଛି।ସେହିପରି ଅନୁରୂପ ଭାବେ ବେଲଗୁଣ୍ଠା ବ୍ଲକ ସମ୍ମୁଖରେ ଜିଲ୍ଲା ସାଧାରଣ ସଂପାଦକ ରଞ୍ଜନ କୁମାର ରାଉତ ଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପୋଲାଇ,ପ୍ରହଲ୍ଲାଦ ଲେଙ୍କା,ସୁରେନ୍ଦ୍ର ଡାକୁଆ ଙ୍କ ସହ ବହୁ ବଜେପି କର୍ମୀ ଉପସ୍ଥିତ ରହି ପ୍ରତିବାଦ କରି BDO ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ