କେମିତି ସଂକ୍ରମିତ ହୁଏ କରୋନା ?

ଆଜି ସାରା ବିଶ୍ବ କରୋନା ଦ୍ବାରା କବଳିତ। ଚାରିଆଡ଼େ ଏହି ଭୂତାଣୁକୁ ନେଇ ଆତଙ୍କ। କରୋନା ଭୂତାଣୁ କିପରି ମଣିଷକୁ ସଂକ୍ରମିତ କରେ ଓ ତା’ର ପ୍ରଭାବ ଦେଖାଏ, ତାହାକୁ ନେଇ କିଛି ଲୋକଙ୍କ ମନରେ ଉତ୍ସୁକତା ରହିଛି। ତେବେ ଆସନ୍ତୁ ଜାଣିବା, ଏ ସମ୍ପର୍କରେ।
କରୋନା ଭାଇରସର ଚାରିପଟେ କଣ୍ଟା ଭଳି ଆକୃତି ଥିବା ଦେଖାଯାଏ। ଏହି ଆକୃତି ମାନବ ଶରୀରର କୋଷିକା ସହିତ ସମ୍ପର୍କ କରିନିଅନ୍ତି ଏବଂ ତାଙ୍କ ସହିତ ଯୋଡି ହୋଇଯାଆନ୍ତି। ସାଧାରଣ ଭାବରେ କହିବାକୁ ଗଲେ ଏହାର ଟେକ୍ସଚର ତେଲିଆ ହୋଇଥାଏ, ଏହି ତେଲିଆ ଟେକ୍ସଚର କାରଣରୁ ଶରୀରର କୋଷିକା ମଧ୍ୟରେ ଲାଗିକି ରହିଯାଏ। ଏମିତି କହିବାକୁ ଗଲେ କରୋନା ଭାଇରସ୍‌ ବ୍ୟତୀତ ଆହୁରି ଅନେକ ଭାଇରସ୍‌ ରହିଛି। କିଛି ଭାଇରସ୍‌ କୋଷିକା ଭିତରକୁ ପଶିଯାଆନ୍ତି ତ ଆଉ କିଛି ଭାଇରସ୍‌ କୋଷିକା ସହିତ ଲାଗି ହୋଇ ରହିଯାଆନ୍ତି। ଭାଇରସରେ ମୌଳିକ ଭାବେ ତିନୋଟି ଜିନିଷ ରହିଥାଏ। ତାହା ହେଲା ଆରଏନଏ, ପ୍ରୋଟିନ ଏବଂ ଲିପିଡ୍‌। ଏହି ତିନୋଟି ଭାଇରସ୍‌ ମିଶି ଏକ ନୂଆ ଭାଇରସ୍‌ ସୃଷ୍ଟି କରିଥାନ୍ତି। ଏହାମଧ୍ୟ ଆମମାନଙ୍କୁ ମାନିବାକୁ ପଡିବ ଯେ ଭାଇରସକୁ ଆମେ ସମ୍ପୂର୍ଣ୍ଣ ଭାବରେ ନିର୍ଜୀବ ବୋଲି କହିପାରିବାନାହିଁ। କାହିଁକିନା ଏହି ଭାଇରସରେ ଏମିତି ଲକ୍ଷଣ ରହିଛି, ଯାହା ଜୀବିତ ପ୍ରାଣୀଙ୍କ ଠାରେ ରହିଥାଏ। ଯେମିତିକି ଡିଏନ୍ଏ ଏବଂ ଆର୍‌ଏନ୍ଏ। ଏବେ ପୁଣି ଆସନ୍ତୁ ଜାଣିବା କରୋନା ଭାଇରସ୍‌ ବିଷୟରେ। ଭାଇରସରେ କୋଷିକା ବା ସେଲ୍ସ ନଥାଏ। କିନ୍ତୁ ଏଥିରେ ଆର୍‌ଏନ୍ଏ ରହିଥାଏ। ସେହିପରି କରୋନା ଭାଇରସ୍‌ ଶରୀରର କୋଷିକା ବା ସେଲସରେ ଆରଏନଏକୁ ରିଲିଜ୍‌ କରିଥାଏ। ଏହା ଧୀରେ ଧୀରେ ଏମିତି ଏକ ପ୍ରୋଟିନକୁ ସୃଷ୍ଟି କରିଥାଏ, ଯାହା ଗୋଟିଏ ପରେ ଗୋଟିଏ ନୂଆ ଭାଇରସକୁ ବନାଇବା ଆରମ୍ଭ କରିଥାଏ। ଅର୍ଥାତ ଏହା ହେଉଛି କରୋନାର କପି ଭାଇରସ୍‌। ଅବଶ୍ୟ ଏଭଳି ସେତେବେଳେ ହୋଇଥାଏ ଯେତେବେଳେ ଆପଣ ସତର୍କ ଏବଂ ସାବଧାନରେ ରହିନଥାନ୍ତି। ଅର୍ଥାତ ଶରୀରର ଯେଉଁ ଅଂଶ ଜରିଆରେ ବାହାର ଜିନିଷ ସହିତ ଆପଣଙ୍କ ସମ୍ପର୍କ ହେଉଛି ସେହିସବୁ ଜିନିଷ ଭାଇରସକୁ ଭିତରକୁ ଆଣିବାର ଜରିଆ ହୋଇଯାଏ। ଯେମିତିକି ନିଶ୍ୱାସ ପ୍ରଶ୍ୱାସ ଜରିଆରେ, ପାଟି ଜରିଆରେ, ଘା’ କିମ୍ବା କୌଣସି ଗଭୀର ଆଘାତ ଜରିଆରେ, ଯୌନକ୍ରିୟା ଜରିଆରେ, କୌଣସି ଅନ୍ୟ ବ୍ୟକ୍ତିଙ୍କ ରକ୍ତ ଜରିଆରେ କିମ୍ବା କୌଣସି ପଶୁ ବା କୀଟ କାମୁଡିବା ଦ୍ୱାରା ହୋଇଥାଏ। କୌଣସି ଅନ୍ୟ ପ୍ରାଣୀଙ୍କ ଶରୀରକୁ ଯିବା ପରେ ଭାଇରସର ଯେଉଁ ଲକ୍ଷଣ ଦେଖାଯାଇଥାଏ ଏବଂ ଏଥିରେ ଯେତିକି ସମୟ ଲାଗିଥାଏ ତାହାକୁ ଇନକ୍ୟୁବେସନ ପିରିୟଡ୍‌ କୁହାଯାଏ। କରୋନା ଭାଇରସ୍‌ ମାମଲାରେ ଏହି ଲକ୍ଷଣ ୨ରୁ ୨୪ ଦିନ ପର୍ଯ୍ୟନ୍ତ ବୋଲି ଧରାଯାଏ। କିନ୍ତୁ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଭାଇରସର ଏହି ବୋଣ୍ଡିଂ ଅଧିକ ଶକ୍ତିଶାଳୀ ହୋଇନଥାଏ, ଏହାକୁ କୌଣସି କେମିକାଲ ସାହାଯ୍ୟରେ ଦୂର କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଏ ଏବଂ ବିଶ୍ୱାସ କରନ୍ତୁ ସାବୁନରେ ହାତ ଧୋଇବା ଆପଣଙ୍କ ପାଇଁ ଅଧିକ ପ୍ରଭାବଶାଳୀ ହୋଇଥାଏ। ଆମେ ପ୍ରତ୍ୟେକ ଥର ଦୁଇରୁ ତିନି ମିନିଟରେ ନିଜ ଚେହେରାକୁ ଛୁଇଁଥାଉ। ଏହି ସମୟରେ ଆପଣଙ୍କ ହାତରେ ବ୍ୟାକ୍ଟେରିଆ କିମ୍ବା ଭାଇରସ୍‌ ରହିଥାଏ। ଯାହା ଫଳରେ ଭୂତାଣୁ ଅତି ସହଜରେ ମଣିଷ ଶରୀରକୁ ତାର ଶିକାର ବନାଇଥାଏ। କ୍ରମେ ଶରୀରରେ ବିଭିନ୍ନ ଅସ୍ବାଭାବିକ ଲକ୍ଷଣମାନ ପ୍ରକାଶ ପାଇଥାଏ। ଏହି ଭୂତାଣୁ କ୍ଷେତ୍ରରେ ଯଦି ଆପଣ ବାରମ୍ବାର ସାବୁନରେ ହାତ ଧୋଇବେ ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ