କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ପରିବାର କୁ ସବ ହସ୍ତାନ୍ତର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଧରାକୋଟ .. ଧରାକୋଟ ବ୍ଲକ୍ ଅନ୍ତର୍ଗତ ଯାହଡା ଗ୍ରାମର ବାବୁଜୀ ପୋଲାଇ କେରଳରେ ଶ୍ରମିକ ଭାବରେ କାମ କରୁଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଜଣା ପଡ଼ିବାପରେ 29 ନମ୍ୱର୍ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶା ସରକାରଙ୍କ ଆମ ପରିବାର ତରଫରୁ ବାବୁଜୀଙ୍କ ଶବକୁ ନିଜ ଗାଁ ଯାହାଡ଼ା କୁ ଅଣାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ଜିଲ୍ଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସୁବାସ ମହାରଣା,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲା ବିଜେଡ଼ି ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ଜହଡ଼ା ସରପଞ୍ଚ ସତ୍ୟବାଦୀ ସ୍ୱାଇଁ, ସମାଜସେବୀ ଭଗବାନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ବାବୁଜୀ ଙ୍କ ଅନ୍ତିମ ଦର୍ଶନ କରି ଗଭୀର ସୋକବ୍ୟକ୍ତ କରିଛନ୍ତି ।