କେରାଣ୍ଡିତୋଳାରେ ପିତା-ମାତାଙ୍କ ସ୍ମୃତିର ମିନି ପାର୍କ ଲୋକାର୍ପଣ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : କେରାଣ୍ଡିତୋଳା ନାରାୟଣ ପୁର ଠାରେ ଗ୍ରାମର ତତ୍କାଳୀନ ଭଦ୍ରବ୍ୟକ୍ତି ତଥା ଅଞ୍ଚଳର ଜଣାଶୁଣା ସମାଜସେବୀ ସ୍ବର୍ଗତ ଦଣ୍ଡପାଣି ସାହୁ ଓ ଧର୍ମପତ୍ନୀ ସୁଗୃହିଣୀ ସ୍ବର୍ଗତା ଅନ୍ନପୁର୍ଣ୍ଣା ସାହୁଙ୍କ ସ୍ମୃତିରେ ତାଙ୍କର କନିଷ୍ଠ ପୁତ୍ର ଅଭିମନ୍ଯୁ ସାହୁ ଗ୍ରାମର ଶିଶୁ ଓ ବରିଷ୍ଠ ନାଗରିକ ମାନଙ୍କ ଶାରିରୀକ ବ୍ଯାୟାମ ପାଇଁ ଏକ ମିନି ପାର୍କ ଲୋକାର୍ପଣ କରିଛନ୍ତି।ଗ୍ରାମବାସୀ ମାନଙ୍କ ଉପସ୍ଥିତିରେ ଟାଙ୍ଗଣାପଲ୍ଲୀ ସମିତି ସଭ୍ଯା ମୀନା କୁମାରୀ ସାହୁ ଏହାକୁ ଉଦ୍ଘାଟନ କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁମହାରଣା , ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ,ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଅବସର ପ୍ରାପ୍ତ ଶିକ୍ଷକ କୋରା ମହାରଣା,ଗ୍ରାମ ସଭାପତି ଅମରେଶ୍ବର ସାହୁ ସରପଞ୍ଚ ବି.ସୁଦାମ,କାଞ୍ଚନ ସାହୁ,ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏଭଳି ଏକ ଯୋଜନାର ପ୍ରଶଂସା କରି ଏହାର ସୁରକ୍ଷାରେ ଗ୍ରାମବାସୀଙ୍କ ଦାୟୀତ୍ବ ଉପରେ ଗୁରୁତ୍ବ ଆରୋପ କରିଥିଲେ।ଅଞ୍ଚଳରେ ନୂତନ ଭାବେ ପ୍ରତିଷ୍ଠିତ ଏହି ମିନି ପାର୍କ ଗ୍ରାମବାସୀଙ୍କ ଉଦ୍ଦ୍ଯେଶରେ ସମର୍ପିତ ହୋଇଥିବା ପରିପ୍ରେକ୍ଷୀରେ ସମସ୍ତ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରି ପ୍ରଶଂସା କରିଥିଲେ।ପାର୍କ ମଧ୍ଯରେ ଉଭୟ ପିତା ଓ ମାତାଙ୍କର ଆବକ୍ଷ ପ୍ରତମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ