କେରାଣ୍ଡିମାଳ ଘଞ୍ଚ ଜଙ୍ଗଲରେ ପୋଲିସ ଟିମ୍ ର ନାଇଟ ସର୍ଚ୍ଚ ଅପରେସନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଢେୟାଗରଦ ଗ୍ରାମ କେରାଣ୍ଡି ମାଳ ପାହାଡ଼ ଘଞ୍ଚ ଜଙ୍ଗଲରେ ପୋଲିସ ର ସ୍ଵତନ୍ତ୍ର ଟିମ୍ ବୁଧବାର ବିଳମ୍ବିତ ରାତି ରେ ସର୍ଚ୍ଚ ଅପରେସନ କରିଥିଲେ। ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ ଜଙ୍ଗଲ ଦସ୍ୟୁ ଭାବେ ପରିଚିତ କୁଖ୍ୟାତ ଅପରାଧୀ କୁନା ବେହେରା ଏବଂ ତାଙ୍କ ସହଯୋଗୀ ମାନେ ଲୁଚିଥିବା ନେଇ ପୋଲିସକୁ କୌଣସି ପ୍ରକାର ଖବର ମିଳିଥିଲା। ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଙ୍କ ନେତୃତ୍ଵରେ ପୋଲିସର ସ୍ଵତନ୍ତ୍ର ଟାସ୍କ ଫୋର୍ସ ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ ଟାରେ ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା, ଗୋଳନ୍ଥରା ଥାନା, କେ. ନୂଆଗାଁ ଥାନା ଅଧିକାରୀ ଙ୍କ ସମେତ ବିଭିନ୍ନ ଥାନା ରୁ ଆସିଥିବା ବଛା ବଛା ଥାନା ଅଧିକାରୀ ମାନେ ଜଙ୍ଗଲ ଅପରେସନ ରେ ବାହାରି ଥିଲେ। ଭୋର ପ୍ରାୟ ୪ ଟା ରେ ଟାମଣା – ମହୁରୀ କାଳୁଆ – ଚଢେୟାଗରଦ ମଧ୍ୟବର୍ତ୍ତୀ ଦୁର୍ଗମ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲ ର ପାହାଡ଼ ରେ ପୋଲିସ ଟିମ ର ପ୍ରମୁଖ ସଦସ୍ୟ ମାନେ କୁନା ବେହେରାଙ୍କ ଆଡ୍ଡା କୁ ଚିହ୍ନଟ କରିବାର ମୁହୂର୍ତ୍ତକ ମଧ୍ୟରେ କୁନା ଏବଂ ତାଙ୍କ ସହଯୋଗୀ ମାନେ ସୂଚନା ପାଇବା କ୍ଷଣି ପୋଲିସ କୁ ଗାଳି ଗୁଲଜ କରି ପାହାଡ଼ ଖୋଲ ରେ ଲୁଚି ଅତର୍କିତଗୁଳିଚାଳନା ସହ ବାରମ୍ବାର ବୋମା ମାଡ଼ କରି ଖସି ଯାଇଥିଲେ। ଅପରାଧୀ ଙ୍କ ଗୁଳିଚଳନା କରିଥିବା ବେଳେ ପୋଲିସ କର୍ମଚାରୀ ଏଥିରେ ଆହାତ ହୋଇନଥିବା ଜଣାପଡ଼ିଛି । ପୋଲିସ ଉକ୍ତ ଆଡ୍ଡା ରେ ଚଢାଉ କରି ୨ ଟି ବନ୍ଧୁକ, ୧୧ ଟି ଜୀବନ୍ତ ଗୁଳି,୫ ଶହ ଟଙ୍କା ଥିବା ମନି ପର୍ଶ, ପକେଟ ଡାଇରୀ , ମୋବାଇଲ ଫୋନ, ହାତଘଣ୍ଟା, ୨ ଟି ନାଇଟ ଭିଜନ ଚାର୍ଜ ଲାଇଟ୍ ସମେତ ସେମାନଙ୍କ ବ୍ୟବହୃତ ବହୁ ସଂଖ୍ୟକ ସରଞ୍ଜାମ ଜବତ କରି ଛନ୍ତି। ଆଡ୍ଡା ନିକଟରୁ ୫ ରାଉଣ୍ଡ ଖୋକା ସମେତ ଫୁଟିଥିବା ବୋମା ର ଟୁକୁରା ପୋଲିସ ସଂଗ୍ରହ କରିଥିବା ସୂଚନା ମିଳିଛି। ଆଡ୍ଡା ରେମହଜୁଦ ଥିବା ବହୁ ପରିମାଣର ଚାଉଳ,ଡାଲି, ତେଲ, ଅମୂଲ ସ୍ପ୍ରେ ସମେତ ସାର୍ଟ ପ୍ୟାଣ୍ଟ ପୋଷାକ , ମଶାରୀ,ପଲିଥିନ୍ ପାଲ ପ୍ରଭୃତି ସାମଗ୍ରୀ କୁ ପୋଲିସ ଜାଳି ଦେଇଛନ୍ତି। ଏନେଇ ଦିଗପହଣ୍ଡି ଥାନା ମାମଲା ନଂ.୨୬୦/୨୧ ଦଫା – ୨୯୪/୩୫୩/ ୩୦୭/୩୪ ଆଇ ପି ସି ସମେତ ୨୫/୨୭ ଆର୍ମସ ଆକ୍ଟ୍ ଏବଂ ବିସ୍ଫୋରକ ନିୟନ୍ତ୍ରଣ ଆଇନ ର ଧାରା ୪ ଓ ୫ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତ କୁନା ଙ୍କ ନାଁ ରେ ଦିଗପହଣ୍ଡି ,ଚିକିଟି, ଗୋଳନ୍ଥରା , ବ୍ରହ୍ମପୁର ସଦର ଥାନା ମାନଙ୍କରେ ହତ୍ୟା ଉଦ୍ୟମ, ଛିନ୍ ତାଇ , ଡକାୟତି, ରାହାଜାନୀ, ଦାଦା ବଟି ଆଦାୟ ପାଇଁ ଧମକ ପ୍ରଭୃତି ୨୫ ରୁ ଉର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ଚିକିଟି ଏସ ଡି ପି ଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।