ପ୍ରାଥମିକ ସ୍କୁଲ ବନ୍ଦ ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବିରେ ଶୋଭାଯାତ୍ରା ଓ ଗଣଧାରଣା

ଶେରଗଡ, (ବିଭୁ ପ୍ରସାଦ ଦାସ):ଆଜି କୃଷ୍ଣଛାଇ ପଞ୍ଚାୟତ କମଳାଦେଇପୁର ଗ୍ରାମର ସ୍କୁଲ ବନ୍ଦ-ମିଶ୍ରଣ ନିଷ୍ପତ୍ତି ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅନିର୍ଦ୍ଧିଷ୍ଟ ଓ ଅହୋରାତ୍ର ଗଣଧାରଣା ଅନୁଷ୍ଠିତ ହୋଇଯାଇଛି , ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, D.E.O,B.E.O ଓ B.D.Oଙ୍କୁ ଅବଗତ ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସୂଚନା ଥାଉକି,ଗତବର୍ଷ ରାଜ୍ୟ ସରକାର ୨୦୧୮ ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବନ୍ଦ କରିବା ପ୍ରକ୍ରିୟା ୨୦୨୦ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା l ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ ଅନ୍ତର୍ଗତ କମଳାଦେଇପୁର ଗ୍ରାମର ପ୍ରାଥମିକ ସ୍କୁଲକୁ କମ୍ ଛାତ୍ରଛାତ୍ରୀର ଥିବା ଆଳ ଦେଖାଇ ନିକଟସ୍ଥ ହାଇସ୍କୁଲରେ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି l ତେଣୁ ଏହି ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନକରିବା ପାଇଁ ବିଦ୍ୟାଳୟ ସୁରକ୍ଷା କମିଟି, ଗଞ୍ଜାମ ଜିଲ୍ଲା ଓ କମଳାଦେଇପୁର ଗ୍ରାମବାସୀଙ୍କ ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡି.ଏସ୍‌.ଓ ର ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ , ବିଦ୍ୟାଳୟ ସୁରକ୍ଷା କମିଟି କମଳାଦେଇପୁର ଗ୍ରାମର ସିମାଞ୍ଚଳ ପଣ୍ଡା, ବାବୁ ପରିଡା, ଦିବାକର ସେଠୀ,ଶୁସାନ୍ତ ଭୂୟାଁ, ସୁରେନ୍ଦ୍ର ଭୂୟାଁ ଓ ବହୁ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ