କେଳୁଣୀ ମୁହାଁଣ ଠାରେ ପ୍ରାଚୀ ପରିକ୍ରମା ପଦଯାତ୍ରୀ ଙ୍କ ମହୋଦଧି ଆଳତୀ

ନିମାପଡ଼ା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀ ର ପୁନଃରୁଦ୍ଧାର, ଏହାର ମହାତ୍ମ୍ୟ ସଂପର୍କ ରେ ଜନସାଧାରଣ, ରାଜ୍ଯ ସରକାର ଓ ନଦୀ ଉପତ୍ୟକା ର ଅଧିବାସୀ ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ଓ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଙ୍କ ତତ୍ବାବଧାନରେ ଗତ ୧୦ ତାରିଖ ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ପ୍ରାଚୀ ପରିକ୍ରମା ପଦଯାତ୍ରା ଆଜି ପ୍ରାଚୀ ଓ କାଦୁଆ ନଦୀ ର ସଙ୍ଗମ ସ୍ଥଳ କେଳୁଣୀ ମୁହାଁଣ ଠାରେ ପହଞ୍ଚିଛି। ପଦଯାତ୍ରୀ ମାନେ ଗୋ କର୍ଣ୍ଣେଶ୍ୱର ମନ୍ଦିର, ନିଆଳି ନୂଆଗାଁ ର ରାଧାକାନ୍ତ ମଠ, ଶୋଭନେଶ୍ୱର ଶିବ ମନ୍ଦିର, ବାବା ଆର୍ତ୍ତତ୍ରାଣ ଗାଦୀ, ମୁସିବାବା ମଠ, ଟୋଲା ର ରାମେଶ୍ୱର ଶିବ ମନ୍ଦିର, ଜଲାରପୁର ର ସୋମନାଥ ଶିବ ମନ୍ଦିର, ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର , ପ୍ରଧାନସାହି ର କଥାକୁହା ମହାବୀର, ପିତାପଡା ର ଅଙ୍ଗେଶ୍ୱର ଶିବ ମନ୍ଦିର, ବେତେଣ୍ଡା, ନିଭରଣ ର ଗ୍ରାମେଶ୍ଵର ଶିବମନ୍ଦିର,କାକଟପୁର ର ପ୍ରସିଦ୍ଧ ମା ମଙ୍ଗଳା ଙ୍କ ମନ୍ଦିର ,ଦେଉଳି ମଠ, ସରିପୁର ଶ୍ରୀ ସୁଦର୍ଶନ ମନ୍ଦିର ଦେଇ ଆଜି ପ୍ରାଚୀ, କାଦୁଆ ନଦୀ ର ସଙ୍ଗମ ସ୍ଥଳ କେଳୁଣୀ ମୁହାଁଣ ଠାରେ ପହଞ୍ଚିଛନ୍ତି । ଗୋମୁଖୀ କେଶବ ଓ ବେଲେଶ୍ୱର ମନ୍ଦିର ଠାରେ ଭଜନ କୀର୍ତ୍ତନ ସହିତ ସଙ୍ଗମସ୍ଥଳ ଠାରେ ମହୋଦଧି ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତିରେ ସତସଙ୍ଗ କାର୍ଯ୍ୟକ୍ରମ ପରେ ପଦଯାତ୍ରୀ ମାନେ ସେହିଠାରେ ରାତ୍ରୀ ଯାପନ କରିଥିଲେ। ଏହି ଠାରୁ ମଙ୍ଗଳବାର ପ୍ରାତଃ ରୁ ପଦଯାତ୍ରୀ ମାନେ ପୁନଃ ଅନ୍ଧ କପିଳେଶ୍ୱର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।ପଦଯାତ୍ରା ରେ ବହୁ ସାଧୁସନ୍ଥ,ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ ,ଗବେଷକ, ପରିବେଶ ପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀ ମାନେ ଯୋଗ ଦେଇଛନ୍ତି। ପଦଯାତ୍ରୀ ମାନଙ୍କୁ ବିଭିନ୍ନ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଉଛି । ଉକ୍ତ ପଦଯାତ୍ରା ରେ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ , କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରିଙ୍କ ସହିତବହୁସନ୍ୟାସୀ, ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ, ଗବେଷକ, ପ୍ରାଚୀପ୍ରେମୀ, ବିଭିନ୍ନ ମଠ, ମନ୍ଦିର ର ପୂଜକ, ବାବାଜୀ ମାନେ ଯୋଗଦେଇଛନ୍ତି । ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରା ରେ ସାମିଲ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ