କେଷ୍ଟ୍ରଲ ଇଣ୍ଡିଆ ମେକାନିକ୍ସ ମାନଙ୍କ ପାଇଁ ପ୍ରଥମ ଥର ପାଇଁଟେଲିଭିଜନ ରିଏଲିଟି ଶୋ ଲଂଚ

(ଯୁଗାବ୍ଦ ନ୍ୟୁଜ୍)-କେଷ୍ଟ୍ରଲ, ଭାରତର ଅଗ୍ରଣୀ ଅଟୋମୋଟିଭ ଏବଂ ଲୁବ୍ରିକେଂଟ କମ୍ପାନୀ ଏହାର କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ଅଂଶ ଭାବରେ ଭାରତରେ ମେକାନିକ ମାନଙ୍କ ପାଇଁ ଏକ ରିଏଲିଟି ଶୋର ଟେଲିକାଷ୍ଟ ଆଜି ଘୋଷଣା କରିଛନ୍ତି। କେଷ୍ଟ୍ରଲ ସୁପର ମେକାନିକ ୨୦୧୯ ର ଟାଇଟଲ ଜିତିବା ପାଇଁ ସଂଘର୍ଷ କରିଥିବା ୧୬ ଜଣ କାର ଏବଂ ବାଇକ ମେକାନିକ ମାନଙ୍କର ଯାତ୍ରା ଚାରି ଭାଗର ଶୋ’ରେ ହୋଷ୍ଟ କରୁଥିବା ପ୍ରସିଦ୍ଧ ଟେଲିଭିଜନ ଅଭିନେତା ରବି ଦୁବେ ଡକୁମେଂଟ କରିବେ । ପ୍ରଥମ ଥର ପାଇଁ, ବର୍ତମାନ ସାରା ଦେଶର ଦର୍ଶକ ମାନେ ଏକ ରିଏଲିଟି ଶୋ’ରେ ମେକାନିକ ମାନେ ଅଂଶଗ୍ରହଣ କରୁଥିବାର ସାକ୍ଷୀ ରହିବେ । ସେମାନଙ୍କର ଜ୍ଞାନ ଧୈର୍ଯ୍ୟ ଏବଂ କୌଶଳର ପରୀକ୍ଷଣ ଭାରତୀୟ ଟେଲିଭିଜନରେ ଦେଖାଇବା ପାଇଁ ଶର୍ଟଲିଷ୍ଟ ହୋଇଥିବା ମେକାନିକ ମାନଙ୍କୁ ଶୋ ଏକ ସୁଯୋଗ ଦେବ । ଟେଲିଭିଜନ କଳାକାର ରବି ଦୁବେ, କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ହୋଷ୍ଟ, କହିଲେ, “କେଷ୍ଟ୍ରଲ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ଚମତ୍କାର ପ୍ରାରମ୍ଭର ଅଂଶ ହୋଇପାରିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି । ଶୋ ବେଳେ ମେକାନିକ ମାନଙ୍କ ସହିତ କଥାବାର୍ତା କରିବା ମୋ ପାଇଁ ଏକ ଅଦ୍ଭୁତ ଅନୁଭୁତି ଆଣିଦେଇଛି ଏବଂ ସମସ୍ତ ଦର୍ଶକ ମଧ୍ୟ ଏହି ଅସାଧାରଣ ପ୍ରତିଯେଗୀତାକୁ ଉପଭୋଗ କରିବେ ବୋଲି ମୁଁ ନିଶ୍ଚିତ ଅଟେ ।”
କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗୀତାର ତୃତୀୟ ସଂସ୍କରଣରେ ସାରା ଦେଶରେ ୧.୨୭ ଲକ୍ଷରୁ
ଅଧିକ ମେକାନିକ ମାନଙ୍କର ରେକର୍ଡ ବ୍ରେକିଙ୍ଗ ଅଂଶଗ୍ରହଣ ୨୦୧୯ରେ ଦେଖିବାକୁ ମିଳିଥିଲା । ଏହି
ପ୍ରାରମ୍ଭର ଅଂଶ ଭାବରେ, କେଷ୍ଟ୍ରଲ ଇଣ୍ଡିଆ ୨୦ଟି ସିଟିରେ ମାଷ୍ଟର କ୍ଲାସ ଅଧିବେଶନ ମଧ୍ୟ ଆୟୋଜନ
କରିଥିଲା ଯାହା ଅଟୋମୋଟିଭ ସ୍କିଲ ଡେଭେଲପମେଂଟ କାଉନସିଲ ଅନୁମୋଦିତ ଏକ ପାଠ୍ୟକ୍ରମରେ
୬୦୦୦ରୁ ଅଧିକ ମେକାନିକଙ୍କୁ କୁଶଳୀ କରିଥିଲା । ଅନ୍ୟାନ୍ୟ ଅଟୋମୋଟିଭ ବିଷୟ ସହିତ ନୂତନ
ଯୁଗର ଯାନ ନିଦାନ କରିବା, ପରବର୍ତୀ ଯୁଗର ଯାନ ପାଇଁ ଡିଜିଟାଲ ଟୁଲ ଏବଂ ବିଏସ ଓଠ
ଜ୍ଞାନକୌଶଳରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ସାପ୍ତାହିକ ଶୋ ୧୦ ଅଗଷ୍ଟ ୨୦୧୯ ରୁ ପ୍ରତି ଶନିବାର ରାତି ୧୦ଟା ୩୦ରେ ଜୀ ନ୍ୟୁଜ (୧୧ଟା ୩୦ରାତି) ସହିତ ଜୀ ନେଟୱର୍କରେ ପ୍ରସାରିତ ହେଉଥିବା ବେଳେ ଶୋ’ ର ରିପିଟ ଟେଲିକାଷ୍ଟ ଜୀ ନ୍ୟୁଜ ରେ ପ୍ରତି ରବିବାର ରାତି ୧୨ ଟା ୩୦ ରେ ପ୍ରସାରିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ