କେଷ୍ଟ୍ରଲ ସୁପର ମେକାନିକର ତୃତୀୟ ସଂସ୍କରଣ

କେଷ୍ଟ୍ରଲ ସୁପର ମେକାନିକ ସାରା ଭାରତରେ ଲକ୍ଷେରୁ ଅଧିକ ମେକାନିକଙ୍କ ପାଇଁ ଟେଷ୍ଟ କରିବା ଏବଂ ଭାରତର ୨୦ସହରରେ-୫୦୦୦ ମେକାନିକଙ୍କ ପାଇଁ ଶିକ୍ଷଣ ସତ୍ର ଆୟୋଜନ କାରୁଛନ୍ତି । କେଷ୍ଟ୍ରଲ ଭାରତର ଅଗ୍ରଣୀ ଆନ୍ତର୍ଜାତିକ ଲୁବ୍ରୀକଣ୍ଟ କମ୍ପାନୀ ଏହାର ସର୍ବୋଚ୍ଚ ସଫଳତମ ଏବଂ ବହୁ ଆପେକ୍ଷିତ କେଷ୍ଟ୍ରଲ ସୁପର ମେକାନିକ ପ୍ରତୀଯୋଗିତା, ଭାରତର ବୃହତ୍ତମ ମେକାନିକ ପ୍ରଶିକ୍ଷଣ ପ୍ରାରମ୍ଭର ତୃତୀୟ ସଂସ୍କାର ଲାଞ୍ଚ କରିଛନ୍ତି । ସାରା ଭାରତର କାର ଏବଂ ବାଇକ ମେକାନିକ ମାନଙ୍କୁ ସେମାନଙ୍କର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରି ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ସହାୟତା କରିବ । ୨୦୧୮ ରେ ଏକ ଲକ୍ଷରର ଅଧିକ ମେକାନିକ ମାନଙ୍କର ବିରାଟ ଅଂଶଗ୍ରହଣ ଦେଖିଥିବା ଏହି କାର୍ଯ୍ୟକ୍ରମ କମ୍ପ୍ୟୁଟରିକୃତ ଇଣ୍ଟରଏକ୍ଟିଭ ଭଏସ ରେସପନ୍ସ ରାଉଣ୍ଡ (ଆଇଭିଆର) ସହିତ ଆରମ୍ଭ ହୋଇଯାଇଛି । ଏହି ରାଉଣ୍ଡ ପ୍ରତ୍ୟେକ କାର ଏବଂ ବାଇକ ବର୍ଗରୁ ଅଧିକ ୪୦ ମେକାନିକଙ୍କୁ ଚୟନ କରିବ । ମୁମ୍ବାଇରେ ହେବା ଅନ୍ତିମ ରାଉଣ୍ଡରେ ପ୍ରତ୍ୟେକ ବର୍ଗ ପାଇଁ ଶୀର୍ଷ ଦଶ ମେକାନିକ ଜାତୀୟ ଟେଲିଭିଜନରେ ଶୀର୍ଷ ସ୍ଲଟ ପାଇଁ ପ୍ରତିଯୋଗୀତା କରିବେ ଏବଂ ସେମାନଙ୍କର ସୈ÷ଦ୍ଧାନ୍ତିକ ଏବଂ ବ୍ୟବହାରିକ କୌସଳ ପରୀକ୍ଷା କରୁଥିବା ଆହ୍ୱାନକୁ ଅନ୍ତର୍ଭୁକ୍ତ କରିବେ । ଏହି ବର୍ଷ ଏହାକୁ ଆଗେଇ ନେବା ପାଇଁ, ଅଟୋମୋଟିଭ ସ୍କିଲ ଡେଭଲପମେଣ୍ଟ କାଉନସିଲ (ଏଏସଡିସି) ଦ୍ୱାରା ଅନୁମୋଦିତ ପାଖାପାଖି ୫,୦୦୦ ମେକାନିକଙ୍କୁ ଗତ ବର୍ଷଠୁ ଦିଗୁଣ, ୨୦ ସହରରେ, କେଷ୍ଟ୍ରଲ ଇଣ୍ଡିଆ ଶିକ୍ଷଣ ସତ୍ର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମର ପହଞ୍ଚ ବ୍ୟାପକ କରିବା ଏବଂ ଅନୁଭୁତିକୁ ବୃଦ୍ଧି କରିବା ବିଚାର ଏବଂ ଆୟୋଜନ ପାଇଁ କେଷ୍ଟ୍ରଲ ଇଣ୍ଡିଆ ଜୀ ମିଡିଆ କର୍ପୋରେସନସହିତ ଯୋଡ ିହୋଇଛି ଯାହା ଦ୍ୱାରା ଏହା ଏପର୍ଯନ୍ତ ହୋଇଥିବା ସବୁଠାରୁ ବଡ କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗିତା ହୋଇପାରିଛି । ମେକାନିକ ଗୋଷ୍ଠୀ ର ସଫଳତା ଏବଂ ବିକାଶରେ ଭାବାବେଗିତ, ଓମର ଡୋରମେନ, ପ୍ରବନ୍ଧ ନର୍ଦ୍ଦେଶକ, କେଷ୍ଟ୍ରଲ ଇଣ୍ଡିଆ ଲିମିଟେଡ, କହିଲେ, “ମେକାନିକ ଗୋଷ୍ଠୀ ର କୌଶଳ ଉନ୍ନତ କରିବା ଏବଂ ସେମାନଙ୍କର ପ୍ରତିଭା ଚିହ୍ନଟ କରିବା ଏବଂ ଏକ ସାର୍ବଜନୀନ ପ୍ଲାଟଫର୍ମ ମାଧ୍ୟମରେ ।ମାଜକୁ ବିରାଟ ଅବଦାନ କରିବା ପାଇଁ କେଷ୍ଟ୍ରଲ ଇଣ୍ଡିଆର ପ୍ରତିବଦ୍ଦତାକୁ କେଷ୍ଟ୍ରଲ ମେକାନିକ କାର୍ଯ୍ୟକ୍ରମ ଜୋର ଦେଉଛି । ଭାରତକୁ ଗତିଶୀଳ କରିବାରେ ସାହାଯ୍ୟ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ତୃପ୍ତିଦାୟକ ଅଟେ”ା ସେ ଆହୁରି ଯୋଡିଥିଲେ, “ଆମେ ଆଶା କାରୁଛୁ ଯେ କାର୍ଯ୍ୟକ୍ରମ ଏବଂ କେଷ୍ଟ୍ରଲ ସୁପର ମେକାନିକ ପ୍ରତିଯୋଗିତାର ପୂର୍ବ ବିଜେତା ମାନେ ସେମାନଙ୍କର ବିଜୟ କାହାଣୀ ଲେଖିବା ପାଇଁ ଅନେକ ଅନେକଙ୍କୁ ପ୍ରେରଣା ଦେବେ ।” ବିଭିନ୍ନ ଜୀ ଚେନଲରେ କେଷ୍ଟ୍ରଲ ସୁପର ମେକାନିକ କାର୍ଯ୍ୟକ୍ରମ ବିଭିନ୍ନ ଅଶଂ ଜୀ ମିଡିଆ କର୍ପୋରେସନ ପ୍ରସାରଣ କରି ଅନେକ ମେକାନିକଙ୍କ ଜାତୀୟ ଟେଲିଭିଜନରେ ଆସିବା ପାଇଁ ସୁଯୋଗ ପ୍ରଦାନ କରୁଛୁ । ଏହି ଅବସରରେ କହିବାକୁ ଯାଇ ଆଶିଷ ସେହଗଲ, ମୁଖ୍ୟ ବିକାଶ ଅଫିିସର, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ କହିଲେ, “ମେକାନିକ ଗୋଷ୍ଠୀଙ୍କର କାହଣୀ ଆମର ଦର୍ଶକ ମାନଙ୍କ ପାଇଁ ଜୀବନ୍ତ ଆଣିବା ଭାରତୀୟ ଟେଲିଭିଜନରେ ଆଗରୁ କେବେ ହୋଇନଥିଲା । ସାଧରଣ ଲୋକଙ୍କୁ ଅସାଧରଣ ନାୟକରେ ରୁପାନ୍ତର କରିବା ଜୀ ସଂସ୍କୃତି ପ୍ରକୃତ ଭାବନା ସହିତ ସେମାନଙ୍କର ବୃତ୍ତିରେ ଗବ ର୍କରିବା ପାଇଁ ଏହି ପରିଯୋଜନାରେ ଆମେ କେଷ୍ଟ୍ରଲ ଇଣ୍ଡିଆ ସହିତ ହାତ ମିଳାଇଥିବାରୁ ଅତ୍ୟନ୍ତ ଆନନ୍ଦିତ ।” ଦିଲ୍ଲୀ ରେ ଏକ ଜାଜ୍ୱଲ୍ୟମାନ ରେଡ କାର୍ପେଟ ଫିନାଲୀରେ ସୁପର ମେକାନିକ ବିଜେତା ଘୋଷଣା ସହିତ କାର୍ଯ୍ୟକ୍ରମ ସମାପ୍ତ ହେବ ଏବଂ ଜୁଲାଇ ୨୦୧୯ ରୁ ଆରମ୍ଭ ହେଉଥିବା ଜୀ ଅନମୋଲରେ ଅନ-ଏଇର ପାଇଁ ଅନୁସୂଚିତ ହୋଇଛି । ଜୀ ନ୍ୟୁଜ ସହିତ ବିଭିନ୍ନ ଜୀ ନେଟୱର୍କ ଚାନେଲରେ ମଧ୍ୟ ଏହି ଶୋ ପ୍ରସାରିତ କରାଯିବ । ନିଜର ଅଦ୍ଭୁତ ଯାତ୍ରା ଉପରେ କହିବାକୁ ଯାଇ, ସୁପର ମେକାନିକ ସିଦ୍ଦେଗୌଡା, ୨୦୧୮ କେଷ୍ଟ୍ରଲ ସୁପର ମେକାନିକର ବିଜେତା କହିଲେ, “କେଷ୍ଟ୍ରଲ ସୁପର ମେକାନିକ ମୋର ଜୀବନକୁ ରୂପାନ୍ତର କରିଦେଇଛି । ଜାତୀୟ ଟେଲିଭିଜନରେ ଆସିବା ମତେ ସାମାଜିକ ମାନ୍ୟତା ମିଳିବାରେ ସାହାଯ୍ୟ କଲା । ମୋର ବ୍ୟବସାୟ ବୃଦ୍ଧି ହେଲା, ଏବଂ ଆଜି ମୋର ଏକ ଟିମ ଅଛି ଯାହା ମୋ ସହିତ କା କରୁଛି । ସହରର ଲୋକମାନେ ସେମାନଙ୍କର ଗାଡି ମୋ ଗ୍ୟାରେଜରେ ଯାଞ୍ଚ ଏବଂ ମରାମତି କରାଇବା ପାଇଁ ଚାହୁଁଛନ୍ତି । କେଷ୍ଟ୍ରଲ ସୁପର ମେକାନିକ ହେବା ମୋ ଜୀବନର ଏକ ବଡ ମୁହୁର୍ତ୍ତ ଥିଲା! ”
ଅଂଶଗ୍ରହଣ କାରିବା ପାଇଁ :
ଅଂଶଗ୍ରହଣ କରିବା ପାଇଁ ଆବେଦନକାରୀ ୧୮୦୦-୧୨୦-୧୪୦୧ ଡାଏଲ କରିପାରିବେ ଏବଂ ପରବର୍ତ୍ତୀ ଦିଗନିର୍ଦ୍ଦେଶ ଅନୁସରଣ କରିବୋ
ମେକାନିକ ଶିକ୍ଷଣ ସତ୍ର ପାଇଁ ତାରିଖ ଏବଂ ପଞ୍ଜିକରଣ ସବିଶେଷ ଶୀଘ୍ର ଘୋଷଣା କରାଯିବ । ଏସଏମଏସ ମାଧ୍ୟମରେ ମଧ୍ୟ ସୂଚିତ କରି ଦିଆଯିବ ଏବଂ ଙ୍ଗଙ୍ଗଙ୍ଗ.ମବଗ୍ଦଗ୍ଧକ୍ସକ୍ଟକ୍ଷ.ମକ୍ଟ.ସଦ୍ଭ କରି ସେମାନେ ଅଧୁନାତନ ରହିପାରିବେ ।
କେଷ୍ଟ୍ରଲ ଇଣ୍ଡିଆ ଲିମିଟେଡ ବିଷୟରେ:
କେଷ୍ଟ୍ରଲ, ଦୁନିଆର ଅନ୍ୟତମ ଅଗ୍ରଣୀ ଲୁବ୍ରିକାଣ୍ଟ ବ୍ରାଣ୍ଡର ଅଭିନବତ୍ୱ ଏବଂ ଅଗ୍ରଗାମୀର ସ୍ୱପ୍ନର ଇନ୍ଧନକାରୀ ଭାବେ ଗୌରବଶାଳି ଆନୁବଂଶିକତା ରହିଛି । ପ୍ରଦର୍ଶନ ପାଇଁ ଆମର ଆବେଗ ସହିତ ନିର୍ମାତା ମାନଙ୍କ ସହ ସହଭାଗରେ କାମ କରିବାର ଦର୍ଶନ କେଷ୍ଟ୍ରଲକୁ ଏଭଳି ଲୁବ୍ରିକାଣ୍ଟ ଏବଂ ଗ୍ରୀଜ ବିକାଶ କରିବାରେ ସକ୍ଷମ କଲା ଯାହା ୧୦୦ ବର୍ଷରୁ ଉର୍ଦ୍ଧ କାଳ ଜମି, ବୟୁ, ସମୁଦ୍ର ଏବଂ ମହାକାଶରେ ଅସଂକ୍ଷ ଟେକ୍ନୋଲୋଜିକଲ ଉପଲବ୍ଧିର ହୃଦୟରେ ରହିଆସିଛି । କେଷ୍ଟ୍ରଲ ବିପି ସମୂହର ଏକ ଅଂଶ ଏବଂ ଅଟୋମୋଟିଭ, ମରିନ, ଉଦ୍ୟୋଗିକ ଏବଂ ଶକ୍ତି ଉତ୍ପାଦନ ସେକ୍ଟରରେ ୧୪୦ ରୁ ଉର୍ଦ୍ଧ ଦେଶର ଗ୍ରାହକ ଏବଂ ଖାଉଟିଙ୍କୁ ସେବା ପ୍ରଦାନ କରୁଛି । ପ୍ରିମିୟମ ଗୁଣବତ୍ତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ଆମର ପ୍ରତିବଦ୍ଧତା ମାଧ୍ୟମରେ ଅଭିନବତ୍ୱ ଏବଂ ଉଚ୍ଚ ପ୍ରଦର୍ଶନ ପାଇଁ ଆମର ଉତ୍ପାଦ ସାରା ଦୁନିଆରେ ମାନ୍ୟତା ପ୍ରାପ୍ତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ