କେସିଙ୍ଗା ରେ ରାଜ୍ୟ ମାନ୍ୟତା ଦାବିରେ କୋସଲ ମହାବନ୍ଦ ପାଳନ 

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ବତନ୍ତ୍ର କୋସଲ ରାଜ୍ୟ ମାନ୍ୟତା ଦାବିରେ କୋସଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କୋସଲ ମହାବନ୍ଦ ପାଳନ କରାଯାଇଛି। ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲାରେ ଏହି ବନ୍ଦ ପାଳନ ହୋଇଛି। କୋସଲ ମହାବନ୍ଦକୁ କଂଗ୍ରେସ ଦଳ ସମର୍ଥନ ଜଣାଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ତାହାର ପ୍ରଭାବ ପଡିଛି । କେସି ସହରରେ ଆନ୍ଦୋଳନକାରୀମାନେ ସକାଳୁ ସକାଳୁ ପିକେଟିଂ କରିଥିଲେ। ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜପଥ ଉପରେ କେସିଙ୍ଗା ନଗର କଂଗ୍ରେସ ସଭାପତି ସୁବାଷ ଜୈନ୍, କଂଗ୍ରେସ କାଉନସିଲର ରୋହିତ ଜୈନ୍, ପୂର୍ବତନକାଉନସିଲର ବିଜୟ ଦୀପ, ବସନ୍ତୁ ନାଏକ, ମୋତି କୈବର୍ଷ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ କେସିଙ୍ଗା ନଗର ଓ ବ୍ଲକ୍ କଂଗ୍ରେସର ଅନେକ ସଦସ୍ୟ ସାମିଲ୍ ହୋଇଛନ୍ତି। କୋସଲ ମହାବନ୍ଦ ପ୍ରଭାବରେ କେସିଙ୍ଗା ସହରରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବା ସହିତ ସହର ମଧ୍ୟରେ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଛି । ତତସହିତ ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରଭୃତିକୁ ବନ୍ଦ କରାଯାଇଛି । କେବଳ ଜରୁରୀକାଳିନ ସେବାକୁ କୋସଲ ମହାବନ୍ଦରୁ ବାଦ୍ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ