କେସିଙ୍ଗା ସହରର ବହୁବିଧ ସମସ୍ୟା ର ସମାଧାନ ପାଇଁ ସର୍ବଦଳୀୟ ବୈଠକ
କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ହୋଇଥିଲେ ମଧ୍ୟ ରହିଛି ଅନେକ ବହୁବିଧ ସମସ୍ୟା।ପ୍ରାୟ ୩୦୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ସହର ଖୋଜୁଛି ତାର ପୁରୁଣା ପରିଚୟ ।ଯେବେଠୁ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଉଠାଇ ନିଆଗଲା ସେବେଠୁ କେସିଙ୍ଗା ଶ୍ରୀହୀନ ହୋଇଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ବର୍ତ୍ତମାନ ସହର ଏକ ଦୁର୍ଦ୍ଦଶା ଦେଇ ଗତିକରିଛି କହିଲେ ଅତ୍ୟୁକ୍ତି ହେବନାହିଁ।ବର୍ତ୍ତମାନ ଅଣ୍ଟା ଭିଡ଼ିଛି କେସିଙ୍ଗା ସାମ୍ବାଦିକ ମହାସଂଘ ସହରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବାକୁ ବୁଧବାର ଦିନ ସ୍ଥାନୀୟ ଅଗ୍ରସେନ୍ ଭବନ ଠାରେ ମହାସଂଘ ର ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ସହରର ବିଭିନ୍ନ ସମସ୍ୟା ଉପରେ ପୁଖାନୂପୁଙ୍ଖ ଭାବରେ ଆଲୋଚନା କରାଯାଇ ଥିଲା।ଆଲୋଚନା ରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା,ବିଭିନ୍ନ ସଂଗଗଠ ର ମୁଖ୍ୟ ସହରର ବୁଦ୍ଧିଜୀବୀ ,ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଏକଜୁଟ ହୋଇ ବିନା କିଛି ସ୍ୱାର୍ଥରେ ଏକ ସଙ୍ଗେ କେସିଙ୍ଗା ର ଉନ୍ନତି ପାଇଁ କାମ କରିବା ପାଇଁ ନିଷ୍ପତି କରାଯାଇଛି।ଏବଂ ଆଗକୁ ନିୟମିତ ବୈଠକ ଅନୁଷ୍ଠିତ ହୋଇ ସମସ୍ୟା ଉପରେ ଆଲୋଚନା କରିବାକୁ ନିଷ୍ପତି ନିଆଯାଇ ବିଭିନ୍ନ କମିଟି ଗଠନ କରାଯାଇ ଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ସଂପାଦକ ଡମ୍ବରୁଧର ଭୋଇ,ବିନୋଦ ଜୈନ୍, ପୂର୍ବତନ ନଗର ପାଳ ସରିତା ସିନ୍ଦୂର, ପୂର୍ବତନ ନଗର ପାଳ ରାମକୁମାର ଜୈନ୍,ମହେନ୍ଦ୍ର ନାଏକ, ଟିକେମନ୍ ଦୀପ,ଓକିଲ ସଂଘ ସଂପାଦକ ଆଲୋକ ରଂଜନ ଦାସ,ବି ଚନ୍ଦ୍ର ଶେଖର ଆଚରି, ବିଜେପି ନଗର ସଭାପତି ମଗନ୍ ସିନ୍ଦୂର,ଚାଞ୍ଚେର ଗ୍ରାମ ପଞ୍ଚାୟତ ସରପଞ୍ଚ ଅଞ୍ଜୁ କୁମାର,ପ୍ରତାପ ବାଗ,ବ୍ରାସ୍ ସଭାପତି ତ୍ରିନାଥ ନାଏକ ଓ ସମସ୍ତ ୧୨ ଟି ୱାର୍ଡ କାଉନସିଲର ପ୍ରମୁଖ ଉପସ୍ଥିତ ଥିଲେ।