କେ.ରବି କୁମାରଙ୍କୁ ୪ ବର୍ଷ ପାଇଁ ବାସନ୍ଦ କଲା ନାଡା
ଆନ୍ତର୍ଜାତୀୟ ଓଡିଆ ଭାରତ୍ତୋଳକ କେ ରବି କୁମାର ଙ୍କୁ ଝଟକା । ତାଙ୍କର ପ୍ରିୟ ଭାରତ୍ତୋଳନରୁ ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି ନାଡା । ଡୋପିଂ ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ରବିକୁମାରଙ୍କ ସହ ପ୍ରାୟ ୨୫ ଜଣ ଖେଳାଳୀ ଙ୍କୁ ବାସନ୍ଦ କରାଯାଇଛି । ସୂଚନା ଅନୁସାରେ ୨୦୧୮ ମସିହାରେ କେ ରବି କୁମାର ସମସ୍ତ ପ୍ରକାର ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।୨୦୧୯ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସାମଗ୍ରୀ ଉପରେ କଟକଣା କରାଯାଇଥିଲା । କେ ରବିକୁମାର ଏଥିରେ ଫସିଯାଇଥିଲେ । ୨୦୧୦ ମସିହାରେ ଦିଲ୍ଲୀ କମନୱେଲଥ ଗେମରେ କେ ରବି କୁମାର ଦେଶ ପାଇଁ ବିଜୟ ଲାଭ କରିଥିଲେ । ୨୦୧୨ ମସିହାରେ ସେ ଅଲିମ୍ପିକ ଯାଇଥିଲେ ମଧ୍ୟ ସଫଳ ହୋଇଥିଲେ । ସେ ଅଜାଣତରେ ହୋଇଥିବାରୁ ରବି ଉପରେ ଲାଗିଥିବା କଟକଣା ଉପରେ ରୋକ ଲଗାଇବ ବୋଲି ଆଶା ରଖିଛନ୍ତି କେ ରବି କୁମାର ।


