କୋଇଲା ଟ୍ରକ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ୧୬ନଂ ଜାତୀୟ ରାଜପଥ ର ଆଖୁଆପଦା ଠାରୁ ଆଜି ଏକ କୋଇଲା ଟ୍ରକ ଜବତ କରାଯାଇଛି। ଓଡ଼ି୨୨ଏଫ୯୯୧୧ ବେଆଇନ କୋଇଲା ବୋଝେଇ ଟ୍ରକଟି ପାଣିକୋଇଲି ପଟୁ ଭଣ୍ଡାରିପୋଖରୀ ଆସୁଥିବା ପୁଲିସ ଖବର ପାଇ ଏହାକୁ ଧରିଥିଲା। ପରେ ଗାଡିଟିକୁ ଥାନାକୁ ଅଣାଯାଇଥିବା ବେଳେ ତାର ଚାଳକକୁ ଗିରଫ କରାଯାଇଥିବା ସୂଚନା ମିଳିଛି।


