୨୦ଦିନ ଧରି ୧୦ଗୋଟି ସେବା ସମବାୟ ସମିତିର ତାଲା

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଜିଲ୍ଲା ପ୍ରଶାସନର ସମବାୟ ସମିତି କର୍ମଚାରୀ ମାରଣ ନୀତି ଯୋଗୁ ୨୦ଦିନ ହେବ ବିଭିନ୍ନ ସମିତିର ଅଚଳାବସ୍ଥା ଦେଖାଦେଇଛି। ଖରିଫ ଧାନ କ୍ରୟ ଓ ପଞ୍ଜିକରଣରେ ଅବ୍ୟବସ୍ଥା ଦେଖାଦେଇଥିବା କାରଣରୁ ଜିଲ୍ଲା ପ୍ରଶାସନ ଆକ୍ରୋଶ ମୂଳକ ଭାବେ କିଛି ସମିତି କର୍ମଚାରୀ ମାନଙ୍କୁ ନିଲମ୍ବନ କରିଥିଲେ। ଏହାର ପ୍ରତିବାଦରେ ବାଲେଶ୍ଵର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଭଦ୍ରକ ବାଇପାସ ସ୍ଥିତ ଏଆରସିଏସ ଅଫିସ ଆଗରେ ୨୦ଦିନ ହେବ ଧାରଣା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ୧୦ଗୋଟି ସମିତିରେ ତାଲା ଝୁଲୁଥିବା ବେଳେ ସମ୍ପାଦକଙ୍କ ସମେତ ପ୍ରାୟ ୫୦ରୁ ଅଧିକ କର୍ମଚାରୀ ଧାରଣାରେ ଭାଗ ନେଇଛନ୍ତି। ଏପଟେ ଖରିଫ ଧାନ ବିକ୍ରୟ ସମୟ ଉପନୀତ ହୋଇଥିବାରୁ ଚାଷୀ ଏବେ ସମିତି ବନ୍ଦ ଥିବା ଦେଖି ଚିନ୍ତାରେ ପଡିଯାଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ ମଣ୍ଡି ଉଦ୍ଘାଟନ ହେଉଥିବା ବେଳେ ଏବେ କର୍ମଚାରୀ ଆନ୍ଦୋଳନ ଜାରି ରହିଥିବାରୁ ଧାନ ବିକ୍ରୟ ନେଇ ସମସ୍ୟା ସୃଷ୍ଟି ହୋଇଛି। ଏହା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ଅଞ୍ଚଳର ଚାଷୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ