କୋଇଲା ପିକଅପ ଜବତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଆଜି ଏକ ବେଆଇନ କୋଇଲା ଗାଡି ଜବତ ହୋଇଥିବା ଜଣାଯାଇଛି । ଓଡ଼ି୩୪ଏଲ୭୬୮୨ ପିକଅପ ଭ୍ୟାନ ଟି ବେଆଇନ କୋଇଲା ବୋଝେଇ କରି ପାଣିକୋଇଲି ପଟୁ ଧାମନଗର ଅଭିମୁଖେ ଯାଉଥିବା ବେଳେ ପୁଲିସ ଏହାକୁ ଧରିଥିଲା । କୋଇଲା ପରିବହନ ବାବଦରେ ଡ୍ରାଇଭର ସଠିକ କାଗଜପତ୍ର ଦେଖାଇ ନପାରିବାରୁ ଥାନା ପକ୍ଷରୁ ଗାଡିଟିକୁ ଜବତ କରାଯାଇଥିଲା । ଏହା ସହିତ ଗାଡିର ଡ୍ରାଇଭର, ହେଲପରକୁ ଅଟକ ରଖି ପୁଲିସ ବେଆଇନ କୋଇଲା ପରିବହନ ସମ୍ପର୍କରେ ପଚରାଉଚରା କରୁଥିବା ଜଣାପଡିଛି। ଖବର ଲେଖାହେବା ଯାଏଁ ଏନେଇ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ