କୋଚିଂ ସେଣ୍ଟରରେ ଲାଗିଲା ନିଆଁ ,୪ ତାଲାରୁ ଡେଇଁଲେ ବିଦ୍ୟାର୍ଥୀ ୧୯ ମୃତ
ଗୁଜୁରାଟର ସୁରତରେ ଏକ ଦୁଖଦ ଘଟଣା ଘଟିଯାଇଛି । ଏକ ଘରୋଇ କୋଚିଂ ସେଣ୍ଟରରେ କୈାଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିବାରୁ ବିଦ୍ୟାର୍ଥୀ ମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ୪ ତାଲା ଛାତ ଉପରୁ ତଳକୁ ଡେଉଁଥିବାର ଦୃଶ୍ୟ ସେହି ସ୍ଥାନର ଏକ ଟିଭି ଚ୍ୟାନେଲ ଗଣମାଧ୍ୟମ ରେ ପ୍ରସାରଣ ହେଉଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଏହି ଘଟଣାରେ ୨୦ ଜଣ ବିଦ୍ୟାର୍ଥୀ ପ୍ରାଣ ହରାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣାରେ ଅନେକ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ପ୍ରାଥମିକ ତଦନ୍ତରୁ ସଟସର୍କିଟ କାରଣରୁ ଏହି ଭଳି ଘଟଣା ଘଟିଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତନାଘନା ଆରମ୍ଭ କରିଛି ।