ଦନେଇପୁର ଗ୍ରାମରେ ପାନୀୟ ଜଳ ସଙ୍କଟ: କାମ କରୁନି ବସୁଧା ଯୋଜନା

ହାଟଡିହି (ଓ୍ବାଇଏନଏସ): ଏପ୍ରିଲ ମାସ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ। ହାଟଡିହି ବ୍ଲକର ଅନେକ ଗ୍ରାମରେ ପାନୀୟ ଜଳର ଅଭାବ ଦେଖିବାକୁ ମିଳିଲାଣି। ପଢିଆରିପଲ୍ଲୀ ପଞ୍ଚାୟତ ଦନେଇପୁର ଗ୍ରାମରେ ପାନୀୟ ଜଳ ସଙ୍କଟ ସୃଷ୍ଟି ହୋଇଛି। ଏହି ଗ୍ରାମର ମାହାଲି ସାହି, ପାତ୍ର ସାହିରେ ଲୋକେ ପିଇବା ପାଣି ପାଇଁ ଦହଜାଞ୍ଜ ହେଉଛନ୍ତି। ଉଭୟ ସାହିରେ ତିନିଶହରୁ ଉର୍ଦ୍ଧ ଲୋକ ବାସ କରୁଥିବା ବେଳେ ଫୁଇଗୋଟି ନଳକୂପ ଅଛି। କିନ୍ତୁ ଜଳସ୍ଥର କମି ଯିବାରୁ ନଳକୂପ ରୁ ଭଲ ଭାବେ ପାଣି ବାହାରି ପାରୁନି। ଗ୍ରାମକୁ ବସୁଧା ଯୋଜନାରେ ପାଇପ ବିଛା ହୋଇଥିଲେ ବି ଦୀର୍ଘ ବର୍ଷ ହେବ କାମ କରୁନି ବସୁଧା ଯୋଜନା। ସାହି ଗୁଡିକ ଶେଷ ମୁଣ୍ଡରେ ଥିବାରୁ ଶେଷ ମୁଣ୍ଡକୁ ପାଣି ଯାଇ ପାରୁନି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ମାହାଲି ସାହିରେ ଅନ୍ୟ କୋଣସି ଜଳ ଉତ୍ସ ନଥିବାରୁ ଗାଧୋଇବା, ପିଇବା, ଗୋରୁ ଗାଇଙ୍କୁ ଗାଧୋଇ ଦେବା ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏନେଇ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନଥିବା ପୂର୍ବତନ ସମିତି ସଭ୍ୟା ଦୁଲହରୀ ପେଡି, ସୁନା ସୋରେନ, ବାସନ୍ତୀ ମାହାଲି, କାନ୍ଦିରୀ ମାହାଲି, ରାକ୍ଷୀ କିସ୍କୁ, ହୀରା ମାହାଲି, ବଳିଆ ମାହାଲି, ଭୁଣ୍ଡା ସୋରେନ, ସୀତାରାମ କିସ୍କୁ, ନାଥ ମାହାଲି, କୁନି ମାହାଲି, ବାଦଲ ପାତ୍ର, ହରେକୃଷ୍ଣ ପାତ୍ର ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ