କୋଚିଂ ସେଣ୍ଟର ଭିତରେ ୯ମ ଶ୍ରେଣୀ ଛାତ୍ରୀ କୁ ଦୁଷ୍ମର୍ମ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ରେ ଜଣେ ନବମ ଶ୍ରେଣୀ ଛାତ୍ରୀ କୁ କୋଚିଂ ସେଣ୍ଟରରେ ଶିକ୍ଷକ ଜଣକ ଦୁଷ୍କର୍ମ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ଅକ୍ଷୟ କୁମାର ପଣ୍ଡାକୁ ଥାନାରେ ଅଟକ ରଖିଛି । ପୋଲିସ ସୁତ୍ର ରୁ ପ୍ରକାଶ ଯେ ମୟୁରଭଞ୍ଜର ନାବାଳିକା ଜୟପୁର ମାମୁଁ ଘରେ ରହି ନବମ ଶ୍ରେଣୀ ପଢୁଥିଲେ । ନାବାଳିକା ଜଣକ ରାଜୁ ସାହିରେ ଥିବା ଶାରଦା କୋଚିଙ୍ଗ ସେଣ୍ଟରରେ ଟ୍ୟୁସନ ପଢୁଥିଲେ । କୋରନା ଲକ ଡାଉନ ପାଇଁ ଚୋଚିଙ୍ଗ ସେଣ୍ଟର ବନ୍ଦ ରହିଥିବା ବେଳେ ଅନଲାଈନରେ ପାଠ ପଢାଯାଇ ପରୀକ୍ଷା ମଧ୍ୟ କରାଯାଉଥିଲା । ସବୁ ମାସ ପରି ଚଳିତ ମାସ ମଧ୍ୟ ୧୯ ତାରିଖରୁ ୨୨ ତାରିଖ ଯାଏ ପରୀକ୍ଷା ହୋଇଥିଲା । ପରୀକ୍ଷା ପରେ ଉତ୍ତର ଖାତା କୁ କୋଚିଙ୍ଗ ସେଣ୍ଟରରେ ଦାଖଲ କରିବାକୁ ନିୟମ ରହିଥିଲା । ସେହି ନିୟମ ଅନୁଯାଇ ଛାତ୍ରୀ ଜଣକ ଗତ ୨୨ ତାରିଖରେ କୋଚିଙ୍ଗ ସେଣ୍ଟକୁ ଯାଇ ଉତ୍ତର ଖାତା ଭୁଗୋଳ ଶିକ୍ଷକ ଅକ୍ଷୟ କୁମାର ପଣ୍ଡାକୁ ଦେଇଥିଲେ । କୋଚିଙ୍ଗ ସେଣ୍ଟରରେ କେହି ନଥିବାର ସୁଯୋଗ ନେଇ ଶିକ୍ଷକ ପଣ୍ଡା ପଛପଟ କବାଟ ଦେବାକୁ କହି ଦୁଷ୍ମର୍ମ କରିଥିଲେ । ଏନେଇ ନାବାଳିକ ଜଣ ମାମୁଁ ଘରେ କିଛି ନ କହି ତାଙ୍କ ବାପା ମାଁକୁ ଫୋନ ଯୋଗେ କହିଥିଲେ । ନାବାଳିକା ଜଣକ ଭୟବିତ ହୋଇ ରହିଥିବା ବେଳେ ପରେ ମାମୁଁ ଘର ଜାଣି ଟାଉନ ଥାନା ରେ ୨୩ ତାରିଖ ରାତ୍ର ରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି କୋଚିଙ୍ଗ ସେଣ୍ଟର ଯାଇ ତଦନ୍ତ କରି ଫେରିଛି । ଏହି ଘଟଣା ପରେ ଛାତ୍ରୀ ଓ ଶିକ୍ଷକ ଙ୍କ ପବିତ୍ର ସମ୍ପର୍କରେ ଲାଗିଛି ଦାଗ । ଏପରି ଘଟଣା ଶିକ୍ଷକ ନାମରେ ଆଗରୁ ମଧ୍ୟ ଥିବା ପୋଲିସ ସୁଚନା ଦେଇଛି । ଛାତ୍ରୀ ଓ ଶିକ୍ଷକ ଙ୍କ ଡାକ୍ତିର ମାଇନା କରିବା ପରେ ଶିକ୍ଷକ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରି ବାଲେଶ୍ୱର ଗିଧି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ