କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ
ଭୁବନେଶ୍ୱର- ଗତ ୮ ତାରିଖରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୋଲିସ୍ ଆଇଆରସି ଭିଲେଜର ବିଲ୍ଡ଼ର ଉଦୟକର ସାହୁଙ୍କୁ ଗିରଫ କରିଛି । କେବଳ ଏତିକି ନୁହେଁ ଉଦୟ ପୂର୍ବରୁ ଏକ ଚେକ୍ ବାଉନ୍ସ ମାମଲାରେ ଗତ ବର୍ଷ ଗିରଫ ହୋଇଥିଲେ । ସେହିପରି ୨୦୧୨ ମସିହାରେ ଜାଲ କାଗଜ ପତ୍ର କରି ଜମି ଠକେଇ କରିଥିବା ବଡ଼ଗଡ଼ ଥାନା ପୁଲିସ୍ ପାଖରେ କରାଯାଇଥିଲା । ଏନେଇ ୧୧୩/୧୨ ଦଫା ୪୨୦ରେ ଏକ ମାମଲା କରାଯାଇଥିଲା । ଏପରି ଠକଙ୍କୁ ମହାଠକ ଘୋଷଣା କରାଯିବାକୁ ଅଭିଯୋଗକାରୀ ଦାବି କରିଥିବା ବେଳେ ଏମାନଙ୍କୁ କଡ଼ା ଦଣ୍ଡ ବିଧାନ ପାଇଁ ଓଡ଼ିଶା ସଚେତନ ପରିଷଦ ଦାବି କରିଛି । ପ୍ରକାଶଥାଉକି, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁରର ପ୍ରାମୋଦିନୀ ସାହୁ ଖଣ୍ଡଗିରି ସୋମନାଥ ଭିଲ୍ଲାରେ ରହୁଥିଲେ । ସେ ନନ୍ଦନ ଇନ୍ଫ୍ରାଷ୍ଟ୍ରକଚ୍ର ପ୍ରାଇାଭେଟ ଲିମିଟେଡ଼ ନାମକ ଏକ ବିଲ୍ଡ଼ର ସଂସ୍ଥା କରିଥିଲେ । ତାଙ୍କ ସହ ଉଦୟକର ସାହୁଙ୍କ ପତ୍ନୀ ଅନୀତା ସ୍ୱାଇଁ ପାର୍ଟନର ଥିଲେ । ଉଦୟଙ୍କର ମଧ୍ୟ ନୂଆପଲ୍ଲୀରେ ପୁରୁଷୋତ୍ତମ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ଼ ନାମରେ ଅନ୍ୟ ଏକ ବିଲ୍ଡ଼ର ସଂସ୍ଥା କରିଥିଲେ । ୨୦୦୭ ମସିହାରୁ ଅନୀତା ସ୍ୱାଇଁଙ୍କ ଜାଲ ଦସ୍ତଖତ କରି ନନ୍ଦନ କମ୍ପାନୀ ଟଙ୍କାକୁ ଆତ୍ମସାତ୍ କରିବା ଆରମ୍ଭ କରିଥିଲେ । ଏପରକି ଗ୍ରାହକଙ୍କ ଠାରୁ ମଧ୍ୟ ଟଙ୍କା ନେଇ ହଡ଼ପ କରିଦେଇଥିଲେ । କେବଳ ସେତିକି ନୁହେଁ ନନ୍ଦନ ଇନ୍ଫ୍ରାଷ୍ଟ୍ରକ୍ଚର ଆକାଉଣ୍ଟ, ପ୍ରମୋଦିନୀ ସ୍ୱାମୀଙ୍କ ଆକାଉଣ୍ଟ ଓ ପୁରୁଷୋତ୍ତମ ଇନ୍ଫ୍ରାଷ୍ଟ୍ରକ୍ଚର ଆକାଉଣ୍ଟରୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରି ନେଇଥିଲେ । ପ୍ରାୟ ୧କୋଟି ୧୧ ଲକ୍ଷ ଟଙ୍କା ସେ ଆତ୍ମସାତ୍ କରି ଦେଇଥିଲେ । ଏହା ଜାଣିବା ପରେ ପ୍ରମୋଦିନୀ ଅନୀତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । କିନ୍ତୁ ସେ ଆଉ ଧରାଛୁଆଁ ଦେଇନଥିଲେ । ବାରମ୍ବାର ତାଙ୍କୁ ଫେରସ୍ତ ଟଙ୍କା ମାଗିବାରୁ ଉଦୟକର ପ୍ରମୋଦିନୀଙ୍କୁ ଧମକ ଚମକ ଦେଇଥିଲେ । ଏ ନେଇ ପ୍ରମୋଦିନୀ ୨୦୧୭ ଜୁଲାଇ ୧୭ରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପୂର୍ବରୁ ଏହି ଠକେଇରେ ସମ୍ପୃକ୍ତ ପୁରୁଷୋତ୍ତମ ଇନ୍ଫ୍ରାଷ୍ଟ୍ରକଚର କର୍ମଚାରୀ ଜିତନ କୁମାର ସାହୁ ଓ ଅମୀୟ ସ୍ୱାଇଁ ଗିରଫ ହୋଇଥିଲେ । ତେବେ ଉଦୟ ଫେରାର ଥିଲେ । ଉଦୟକରଙ୍କୁ ପୁଲିସ୍ ୮ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅନୀତା ସ୍ୱାଇଁ ଏବେ ଫେରାର ଥିବା ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ କହିଛନ୍ତି । ସେହିପରି ୨୦୧୨ ମସିହାରେ ଜାଲ କାଗଜ ପତ୍ର କର ଜମି ଠକେଇ କରିଥିବା ଅଭିଯୋଗରେ ବରଗଡ଼ ଥାନା ପୁଲିସ୍ ପାଖରେ କରାଯାଇଥିଲା । ଉଦୟଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଜଣେ ମହିଳା । ଶ୍ରୀଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗୀ ପ୍ଲଟ ନଂ-୨୧୩୨/୪୭୩୫ରେ ରହୁଥିବା ରେଣୁବାଳା ବିରିଶାଲଙ୍କ ଶଶୁରଙ୍କ ୧୦ କୋଟି ଟଙ୍କାର ସମ୍ପତ୍ତି ଜାଲ କାଗଜ ପତ୍ର ନକଲ ଜମି ମାଲିକ ସାହାଯ୍ୟରେ ଉଦୟ ଠକି ନେଇଥିଲେ ବୋଲି ଶ୍ରୀମତୀ ବିରିଶାଲ ବରଗଡ଼ ଥାନାରେ ଅଭିଯୋଗ ସେତେବେଳେ ଅଭିଯୋଗ କରିଥିଲେ । ବରଗଡ଼ ଥାନାରୁ ନ୍ୟାୟ ନମିଳିବାରୁ ମହିଳା ଜଣକ ଡ଼ିସିପିଙ୍କ ପାଖରେ ଅଭିଯୋଗ କରିଥିଲେ । ହେଲେ ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ କଲା ନାହିଁ । ଉଦୟ ଅବିକଳ ନକଲି ପରିଚୟ ପତ୍ର ଦେଖାଇ ସବ୍ରେଜିଷ୍ଟ୍ରୀ ଖଣ୍ଡଗିରୀ ଅଞ୍ଚଳର ସ୍ଥାବର ଓ ଅସ୍ଥାବର ଜମିକୁ ବିକ୍ରି କରାଇଥିଲେ । ତେବେ ଏ ନେଇ ନ୍ୟାୟ ମିଳିନାହିଁ ବୋଲି ଶ୍ରୀମତୀ ବିରିଶାଲ କହିଛନ୍ତି । ଏପରି ଲୋକଙ୍କୁ ମହାଠକ ଘୋଷଣା କରି ମୋତେ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀମତୀ ବିରିଶାଲ ନିବେଦନ କରିଛନ୍ତି । ସେହିପରି ଜମି ଠକେଇ କରି ବିଭିନ୍ନ ଲୋକଙ୍କୁ ସର୍ବଶାନ୍ତ କରୁଥିବା ଦୃବୁର୍ତ୍ତଙ୍କୁ କଡ଼ା ଦଣ୍ଡ ବିଧାନ କରାନଗରେ ଧାରଣା ଦିଆଯିବ ବୋଲି ଓଡ଼ିଶା ସଚେତନ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।