କୋଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ଦୁଇସାଙ୍ଗଙ୍କ ସଲିଳ ସମାଧି

କଟକ:ଆଜି ସାରା ଦେଶରେ ପାଳନ ହେଉଅଛି ରଙ୍ଗର ପର୍ବ ହୋଲି। ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଉ ଅଛି ସାରା ଭାରତ ରେ। କଟକର କୋଠଯୋଡ଼ି ନଦୀରେ ବୁଡ଼ି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାର ଏକ ଦୁଃଖଦ ଖବର ମିଳିଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ କଟକ ନେତାଜୀ ନଗର ଅଞ୍ଚଳର ନିଶାନ୍ତ ପାଢ଼ୀ ଓ ଅନ୍ୟ ଜଣେ ଶୁଭମ କୁମାର ବେହେରା ବୋଲି ଜଣାପଡ଼ିଛି। ଆଜି ସକାଳୁ ନିଶାନ୍ତ ପାଢ଼ୀ ଓ ଶୁଭମ କୁମାର ସାଙ୍ଗସାଥୀ ଓ ପରିବାରବର୍ଗଙ୍କ ସହିତ ଧୁମ୍‌ଧାମ୍‌ରେ ହୋଲି ଖେଳିବା ପରେ ବୟାଳିଶ ମଉଜାର ଘାଟାକୁଲା ନିକଟସ୍ଥ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଅସାବଧାନତା ହେତୁ ଜଣଙ୍କ ଗୋଡ଼ ଖସି ଯାଇଥିଲା, ଅନ୍ୟଜଣେ ତାଙ୍କୁ ବଞ୍ଚାଇକୁ ଚେଷ୍ଟା କରୁଥିବା ବେଳେ ଦୁଇ ବନ୍ଧୁ ଗଭୀର ପାଣିରେ ପଶି ନିଖୋଜ ହୋଇଯାଇଥିଲେ ବୋଲି ସ୍ଥାନୀୟଲୋକେ କହିଛନ୍ତି।ସ୍ଥାନୀୟଲୋକେ ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଶାନ୍ତ ପାଢ଼ୀ ଓ ଶୁଭମ କୁମାରଙ୍କୁ ଗଭୀର ପାଣି ଭିତରୁ ଉଦ୍ଧାର କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ